ଦୁଇବାଇକ ମୁହାଁମୁହିଁ ଧକ୍କା : ୧ ମୃତ,୨ଆହତ 

0

ସୁନ୍ଦରଗଡ଼/ହୋରଚାନ୍ଦ ଦେଉରିଆ :-ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡା ଥାନା ଅନ୍ତର୍ଗତ ଛଟେନପାଲି ଏବଂ ଝରିଆପାଳି  ମଝିରେ ଦେଇ ଅବବାହିତ ହୋଇ ଯାଇଥିବା  ଇଚ୍ଛାନଦୀ  ବ୍ରିଜ ପାଖାପାଖି ଆଜି ସକାଲ ପ୍ରାୟ ସାଢ଼େ ସାତଟାରେ ଦୁଇଜଣ ବାଇକ ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି |   ଦୁର୍ଘଟଣା ସ୍ଥଳରେ ହିଁ ଝସକେତନ ପଟ୍ଟା ନାମକ ଜଣେ ୪୫ ବର୍ଷୀୟ ଯୁବକର  ମୃତ୍ୟୁ ହୋଇ ଯାଇଥିବା ବେଳେ ମୃତ ଯୁବକଙ୍କ ସହ ବାଇକରେ ବସିଥିବା ରୀନା ହୋତା ନାମକ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ଅନ୍ୟ ଜଣେ ମୋଟର ସାଇକେଲ ଆରୋହୀ ସୁଶାନ୍ତ କୁଟୁଆଁ ୩୭ ଗୁରୁତର ଆହତ ହୋଇଛନ୍ତି | ଘଟଣା ସ୍ଥଳରେ ଲୋକେ ପୋଲିସ କିମ୍ବା ଆମ୍ବୁଲାନ୍ସକୁ ତୁରନ୍ତ ଯୋଗାଯୋଗ କରିବା ପରିବର୍ତ୍ତେ ମୋବାଇଲ ଯୋଗେ ଭିଡ଼ିଓ ଉତ୍ତୋଳନ କରୁଥିବାରେ ବ୍ୟସ୍ତ ରହିଥିଲେ ଦେଖଣାହାରୀ କୌଣସି ସହୃଦୟ ବ୍ୟକ୍ତିଙ୍କ ପକ୍ଷରୁ ସେହି ଅଞ୍ଚଳର ବିଜେପି ଯୁବନେତା ସୁଶାନ୍ତ କୁମାର ସେଠ ଜାଣିବା ପାଇଁ ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ହୋଇରହିଥିବା   ଦୁଇ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରି ଆମ୍ବୁଲାନ୍ସ ସାହାଯ୍ୟରେ ସୁନ୍ଦରଗଡ଼  ମୁଖ୍ୟ ଡାକ୍ତରଖାନାକୁ ଆଣି ଭର୍ତ୍ତି କରାଇଥିବା ଜଣାପଡିଛି | ହେଲେ ମୃତକ ବ୍ୟକ୍ତି ଲେଫ୍ରିପଡା ଅଞ୍ଚଳର ହୋଇଥିବାରୁ ଏହି ଦୁଖଦଃ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି |

Leave A Reply

Your email address will not be published.