କଟକ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଓ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ 

0

ସଂଗୃହିତ ହେଲା  ୮୫ ୟୁନିଟ୍ ରକ୍ତ

କଟକ (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ଵାନ ଏବଂ ବାଙ୍କୀ ବିଧାୟକ ତଥା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶ କ୍ରମେ ମହାମାରୀ କରୋନ ସମୟରେ  ରକ୍ତର ଅଭାବ କୁ ଦୂର କରିବା ପାଇଁ ଆଜି କଟକ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ଆସିଫ୍ ଅମିନଙ୍କ ତତ୍ତ୍ଵାବଧାନରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି |  କଟକ କ୍ଲବ ହାଉସ ଠାରେ ଆୟୋଜିତ ଏହି  ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରେ ବଡ଼ମ୍ବା ବିଧାୟକ ଶ୍ରୀ ଦେବୀ ମିଶ୍ର, ମହାକାଳପଡା ବିଧାୟକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ବାଙ୍କୀ ବିଧାୟକ ତଥା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ଚୌଦ୍ଵାର କଟକ ବିଧାୟକ ଶ୍ରୀ ସୌ୍ଭିକ ବିଶ୍ଵାଳ, ବାରବାଟୀ କଟକର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳ କଟକ ଜିଲ୍ଲା ସଭାପତି ଶ୍ରୀ ଦେବାଶିଷ ସାମନ୍ତରାୟ ,ଓଡିଶା ମୋ ପରିବାରର ରାଜ୍ୟ ସଂଯୋଜକ ସଂଯୋଜକ ଶ୍ରୀ ଅରୂପ ପଟ୍ଟନାୟକ  ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଶିବିରକୁ କଟକ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ର ସାଧାରଣ ସମ୍ପାଦକ ପରମିତ୍ କୁମାର ଦାସ ଏବଂ ଛାତ୍ର ନେତା ପ୍ରସନଜିତ ଦାସ ପରିଚାଳନା କରିଥିଲେ। ଏହି ଶିବିରରେ ସର୍ବମୋଟ ୮୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।

Leave A Reply

Your email address will not be published.