ଭୁବନେଶ୍ୱର ମଧ୍ୟମ ବିଧାୟକଙ୍କ ନେତୃତ୍ୱରେ “ଓଡ଼ିଶା ମୋ ପରିବାର” ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

0

୪ ଟି ମେଗା ରକ୍ତଦାନ ଶିବିରରୁ ରେକର୍ଡ ପରିମାଣର ୧୧୧୬ ୟୁନିଟ୍ ରକ୍ତ ସଂଗୃହିତ 

ଭୁବନେଶ୍ୱର / ଶାସକ ପ୍ରଶାସକ :  କୋଭିଡ ମହାମାରୀ ଯୋଗୁଁ ରାଜ୍ୟର ରକ୍ତ ଭଣ୍ଡାର ମାନଙ୍କରେ ହ୍ରାସ ପାଇଥିବା ରକ୍ତର ପରିମାଣକୁ ଭରଣା କରିବା ପାଇଁ  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ “ଓଡ଼ିଶା ମୋ ପରିବାର” ପ୍ରାୟୋଜିତ ତଥା ଭୁବନେଶ୍ୱର ମଧ୍ୟମ ବିଧାୟକଙ୍କ  ନେତୃତ୍ବ ଓ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ଜୀବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱର ମଧ୍ୟମ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୟାପଲ୍ଲୀ YMCA, ୟୁନିଟ୍ – ୧, ଗଣେଶ ମଣ୍ଡପ, ୟୁନିଟ -୩, ପ୍ରେସ କଲୋନୀ ଓ Blind Association, ସତ୍ୟନଗର ଠାରେ ,୪ ଟି ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇ ରେକର୍ଡ ୧୧୧୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।। ସେଚ୍ଛାକୃତ ଭାବେ ରକ୍ତଦାନ କରି ସମସ୍ତ ସମାଜ ଓ ଆଗ୍ରହୀ ଯୁବକ ଯୁବତୀ ତଥା ବ୍ୟକ୍ତି ବିଶେଷଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ ଦିବ୍ୟାଙ୍ଗ ଭାଇ ଓ ଭଉଣୀ ମାନେ।। ଏହି ଶିବିର ଗୁଡ଼ିକୁ ସମ୍ମାନୀୟ ସାଂସଦ, ବିଧାୟକ ଓ ଓଡ଼ିଶା ମୋ ପରିବାରର ଆବାହକ ଉଦଘାଟନ କରିବା ସହିତ ପ୍ରତ୍ୟେକେ ସମସ୍ତ ଶିବିର ପରିଦର୍ଶନ କରି ରକ୍ତଦାତା ମାନଙ୍କର ଉତ୍ସର୍ଗୀକୃତ ମନୋଭାବକୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ କେତୋଟି ଅମୂଲ୍ୟ ଜୀବନକୁ ବଞ୍ଚାଇବାର ପ୍ରୟାସ କୁ ଧନ୍ୟବାଦ୍ ଜଣାଇଥିଲେ।

ଏହି ରକ୍ତଦାନ କାର୍ଯ୍ୟକ୍ରମର ଅତିଥି ମାନଙ୍କ ମଧ୍ୟରେ ଓଡ଼ିଶା ମୋ ପରିବାର ଆବାହକ ଶ୍ରୀଯୁକ୍ତ ଅରୂପ ପଟ୍ଟନାୟକ, ସାଂସଦ ଶ୍ରୀଯୁକ୍ତ ଅମର ପଟ୍ଟନାୟକ, ବିଧାୟକବୃନ୍ଦ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ବଳବନ୍ତରାଏ, ସୁଶାନ୍ତ ରାଉତ, ଶଶୀଭୂଷଣ ବେହେରା, ଦେବୀ ରଞ୍ଜନ ତ୍ରିପାଠୀ, ରାଜ୍ୟ ଖଦୀ ବୋର୍ଡ ସଭାପତି ଶ୍ରୀଯୁକ୍ତ ସଂଗ୍ରାମ ପାଇକରାୟ,ଉଠା ଜଳସେଚନ ନିଗମ ଅଧ୍ୟକ୍ଷ  ଅମରେଶ ପତ୍ରୀ, ଭୁବନେଶ୍ୱର ସାଂଗଠନିକ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ମହାସୁପକାର, ଶ୍ରୀଯୁକ୍ତ ମଳୟ ମହାପାତ୍ର ଏବଂ ପ୍ରମୋଦ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।।

ଏତଦଭିନ୍ନ ଓଡିଶା ମୋ ପରିବାର ଜୀବନବିନ୍ଦୁ ସଂଯୋଜକ ଭୁବନେଶ୍ୱର ମଧ୍ୟ ଶ୍ରୀଯୁକ୍ତ ନବକିଶୋର ବେହେରା, ସମସ୍ତ କର୍ପୋରେଟର, ରାଜ୍ୟ ସମ୍ପାଦକ ଗଣ, ଯୁବ ଛାତ୍ର ଓ ମହିଳା ଛାମୁଆ ସଂଗଠନ ର କର୍ମକର୍ତ୍ତା, ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା କର୍ମକର୍ତ୍ତା, ଓ ୱାର୍ଡ ର କର୍ମକର୍ତ୍ତା ତଥା ସ୍ଥାନୀୟ ବୁଦ୍ଧିଜୀବୀ, ସମାଜସେବୀ, ସ୍ବେଛାସେବୀ,, ବରିଷ୍ଠ ନାଗରିକ ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଗଣ ଉପସ୍ଥିତ ରହି ଏହି ମେଗା ରକ୍ତଦାନ ଶିବିରକୁ ସଫଳ କରିବାରେ ବିଶେଷ ଭୂମିକା ଗ୍ରହଣ କରିଥିବାରୁ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ସମସ୍ତିଙ୍କୁ କୃତଜ୍ଞତା ଜଣାଇଥିଲେ |

Leave A Reply

Your email address will not be published.