ନିଲାମ ହେଲା ବହୁଚର୍ଚ୍ଚିତ ଲଉଡିଦରହା ପଥର କ୍ୱାରି

0

ବରଗଡ :- ଗତ ଜାନୁଆରୀ ମାସ କୋଡିଏ ତାରିଖରେ ତତ୍କାଳୀନ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ , ତହସିଲଦାର ସୀମା ସବିତା କୁଲୁ ଓ ତତ୍କାଳୀନ ଜଗଦଲପୁର ଥାନା ଅଧିକାରୀ ଶ୍ରୀମତୀ ବାର୍ଳା ଙ୍କର ଉପସ୍ଥିତ ରେ ଅତ୍ୟଧିକ ଖନନ କାରଣରୁ ଲଉଡିଦରହା ପଥର କ୍ୱାରିକୁ ବନ୍ଦ କରାଯାଇଥିଲା । ଏହାପରେ ଗତ ଜୁନ ମାସରେ କ୍ୱାରି ନିକଟରେ ଚାଲିଥିବା ଏକ କ୍ରସରକୁ ପ୍ରଶାସନ ତରଫରୁ ସିଲ କରାଯିବା ସହିତ କ୍ୱାରି ରେ ନାଲି ପତାକା ଲଗେଇ  ଡିଆଯାଇଥିଲା । ସେହି ସମୟରେ ଏକ ଅନୁମାନ ଅନୁସାରେ ଉକ୍ତ କ୍ୱାରି ରେ ପ୍ରାୟ 1250 cum ପଥର ରହିଥିଲା । କ୍ୱାରି ରେ ଖୋଲା ହୋଇ ରହିଥିବା ପଥର ସବୁକୁ ନିଲାମ ଡାକିବା ପାଇଁ ପ୍ରଶାସନ ତରଫରୁ ନୋଟିସ ହୋଇଥିଲା ।

ଆଜି ସକାଳେ ସାତଜଣ ନିଲାମ ଡାକିବା ପାଇଁ ନିଜର ନାମ ପଞ୍ଜିକରଣ କରାଇଥିଲେ । ନିଲାମ ପୂର୍ବରୁ ଲଉଡିଦରହା ଗ୍ରାମସୀଙ୍କର ତରଫରୁ ଉକ୍ତ କ୍ୱାରି ରେ ଥିବା ପଥର ଗୁଡିକୁ ସରକାରୀ ଦରରେ ଗ୍ରାମର ମନ୍ଦିର କମିଟିକୁ ଦେବା ପାଇଁ ଅନୁରୋଧ କରାଯାଇଥିଲା କିନ୍ତୁ ଜଣେ ଏହାକୁ ବିରୋଧ କରିବାରୁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସରକାରୀ ଦର ଏକ ଲକ୍ଷ ପଂଚସ୍ଥରି ହଜାରରୁ ଡାକ ବଢି ବଢି ଆଠ ଲକ୍ଷ ପାଞ୍ଚ ହଜାର ରେ ପହଂଛି ଥିଲା । ଲଉଡିଦରହା ଗ୍ରାମର ମାନ୍ଦାକିନି ସାହୁ ସର୍ବାଧିକ ଡାକ ଡାକି ନିଲାମ ପ୍ରକ୍ରିୟା ରେ ଆଗରେ ରହିଥିଲେ । ସରକାରୀ ନିୟମ ମୁତାବକ ଆଗାମୀ ସାତଦିନ ମଧ୍ୟରେ ଶ୍ରୀମତୀ ସାହୁ ସମ୍ପୁର୍ଣ୍ଣ ଅର୍ଥ ଜମା କରିବେ ଓ ଆଗାମୀ ତିନିମାସ ମଧ୍ୟରେ କ୍ଵରୀ ରୁ ପଥର ନେଇଯିବେ । ଏଠାରେ ସୂଚନାଯୋଗ୍ୟ ଯେ ଗତ ଛଅ ବର୍ଷରେ ଉକ୍ତ ଖଣି ରୁ ପ୍ରାୟ ସାତ ଲକ୍ଷ ଟଙ୍କାର ରାଜସ୍ବ ଆଦାୟ ହୋଇଥିବା ବେଳେ ପୂର୍ବ ଖଣି ମାଲିକ ଉପରେ ପ୍ରାୟ ପଂଚସ୍ଥରି ହଜାର ଟଙ୍କା ବାକି ରହିଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି ।

Leave A Reply

Your email address will not be published.