ରଣପୁର ରେ ବିଜୁଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

0 2

ରଣପୁର (ପ୍ରସନ୍ନ ସାମନ୍ତରାୟ):ରଣପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଛାତ୍ର ଜନତା ଦଳର ସଂଘଠନକୁ ବୃଦ୍ଧି କରିବା ସହ ସଂଘଠନକୁ ମଜବୁତ କରି ବହୁ ସଂଖ୍ୟାକ ଯୁବଛାତ୍ର ମାନଙ୍କୁ ଦଳରେ ସାମିଲ କରି ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିବା ସହ ରୋଜଗାର କ୍ଷମ କରିବା ଏବଂ କୁଶଳୀ ଯୁବକ ମାନଙ୍କୁ ସ୍ୱାଭିମାନି କରିବା ଉଦେଶ୍ୟରେ ଗତ ସୋମବାର ଦିନ ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁନାଖଳା ଦୁଧିଆ କଲ୍ୟାଣୀ ମଣ୍ଡପରେ ରଣପୁର ବ୍ଲକ ଯୁବଛାତ୍ରସଭାପତି ଆଲୋକ କୁମାର ଜେନାଙ୍କ ନେତୃତ୍ୱରେ ବିଜୁଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଥିଲା l ଏଥିରେ ରଣପୁରର ବିଧାୟକ ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ | ଏଠାରେ ଏକ ସଭାକାଯ୍ୟର ଆୟୋଜନ କରାଯାଇଥିଲା | ଏଥିରେ ରଣପୁର ବ୍ଲକ ରୁ ଚାରୋଟି ଜୋନ ରୁ ଆସିଥିବା ସମସ୍ତ ଛାତ୍ର ନେତା ମାନଙ୍କୁ ଦଳୀୟ ଉତ୍ତରୀୟ ଓ ଫୁଲ ତୋଡ଼ା ଦେଇ ପ୍ରିୟ ବିଧାୟକ ସମସ୍ତ ଙ୍କୁ ସ୍ୱାଗତ ସାମ୍ବାଧରନା ଜଣାଇ  ଆସନ୍ତା ଦିନରେ କିଭଳି ବିଜୁ ଛାତ୍ର ଜନତା ଦଳ ସାଙ୍ଗଠନିକ ଦକ୍ଷତା ବୃଦ୍ଧି, ସମାଜସେବା ଓ ଯୁବ ପୀଡିଙ୍କ ଦ୍ୱାରା ସୁସ୍ଥ ବିକଶିତ ସମାଜ ଗଠନ ହୋଇପାରିବ ଏହି ବିଷୟରେ ବିଧାୟକ ସମସ୍ତ ଛାତ୍ର ମାନଙ୍କୁ ଏହାକୁ ବ୍ରତ ରୂପେ ଗ୍ରହଣ କରିବାକୁ ନିଜ ଭାଷଣ ମାଧ୍ୟମ ରେ ପରାମର୍ଶ  ଦେଇଥିଲେ | 

ଏହି ସଭାରେ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଶକ୍ତିରଞ୍ଜନ ରାୟ, ବିଶ୍ୱଜିତ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ଦେବାଶିଷ ମହାନ୍ତି, ଯତୀନ ରାଉତ, ସାନ୍ଧ୍ୟରାଣୀ ଜେନା,ଙ୍କ ସମେତ ସମସ୍ତ ଜୋନ ସଭାପତି କୃଷ୍ଣ ମୋହନ ବାଚସ୍ପତି, ସୁରେଶ ପ୍ରଧାନ, ତାରିଣୀ ପ୍ରସାଦ ରଥ ପ୍ରମୁଖ ଯୋଗ ଦେଇ ଥିବା ବେଳେ , ବ୍ଲକ ସଭାପତି ପାଣ୍ଡଵ ସେଠି, ସଚିକାନ୍ତ ଷଡ଼ଙ୍ଗୀ, ଲିଙ୍ଗରାଜ ନାୟକ ରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ |

Leave A Reply

Your email address will not be published.