ବଲାଙ୍ଗୀର(ନିରୋଜ ମିଶ୍ର) : ବଲାଙ୍ଗୀର ସହରର ପୁରାତନ ମନ୍ଦିର ଗୋପାଲଜୀ ମନ୍ଦିରରେ ବିନା ଭକ୍ତମାନଙ୍କ ଉପସ୍ଥିତିରେ କୋଭିଡ କଟକଣା ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଙ୍କ ରଥଯାତ୍ରା ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ସିଂହାସନରୁ ମହାପ୍ରଭୁ ଓହ୍ଲାଇ ମନ୍ଦିର ସାମନା ମଣ୍ଡପରେ ଉପସ୍ଥାପିତ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା, ବଲାଙ୍ଗୀର ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଲମ୍ବୋଦର ଧରୁଆ ସସ୍ତ୍ରୀକ ଉପସ୍ଥିତ ହୋଇ ପହଣ୍ଡି ବିଜେ କରିଥିଲେ ଓ ପୂଜାର୍ଚନା କରିଥିଲେ । ଦେବୋତ୍ତର ମେନେଜର ସୁଧିର ଦାଶ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.