ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ) ; ଭଦ୍ରକ ଜିଲ୍ଲାରେ ପୁଣି କୋଇଲା ମାଫିଆ ସକ୍ରିୟ ହେଲେଣି । ପୁରୁଣା ଚେର ପୁଣି ଲମ୍ବିବାକୁ ଲାଗିଲାଣି । ଏବେ ଖୋଲମଖୁଲା ଚାଲାଣ ହେଉଛି ଚୋରା କୋଇଲା । ଏପଟେ ପୋଲିସର ଇଙ୍ଗିତ ରେ ପୁଣି କୋଇଲା ବେପାର ଆରମ୍ଭ ହୋଇଛି ବୋଲି ଚର୍ଚ୍ଚା ଚାଲିଥିବା ବେଳେ ଏହି ମାଫିଆ ମାନେ ଦିନବେଳା କୋଇଲା ଚାଲାଣ କରୁଥିବା ଖବର ପାଇ ଆଜି STF ଙ୍କ ସୂଚନା ଅନୁଯାୟୀ ଧୁସୁରି ଥାନା ପୁଲିସ ଏକ ଟ୍ରକ କୁ ଥାନାରେ ଅଟକ ରଖିଛି । OD04-L / 7551 ନଂ ଥିବା ଦଶ ଚକିଆ ଟ୍ରକରେ କୋଇଲା ବୋଝେଇ ହୋଇ ବଜାର ପାଖରେ ଛିଡା ହୋଇଥିବା ବେଳେ ପୁଲିସ ଏହି ଗାଡ଼ିରେ ଥିବା ୬ ଶହ କୋଇଲା ବ୍ୟାଗ (30 ton) ପରିମାଣର ଜବତ କରିଛି । ଏହି ଗାଡିର ଡ୍ରାଇଭର ଓ ହେଲ୍ପର ଉଭୟ(ବିହାର) ଅଞ୍ଚଳର । ସେମାନଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହାକୁ ନେଇ ଧୂସୁରି ଥାନାରେ 153/21 ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରୁଥିବା କଥା ପୁଲିସ କହିଛି । ତେବେ ଏହି ଗାଡିର ମାଲିକ ତିହିଡି ଅଞ୍ଚଳର ଭଗବାନ ଦାଶ (ବାୟା) ବୋଲି ଚର୍ଚ୍ଚା ହେଉଥିବା ବେଳେ ମାତ୍ର ୨୪ ଘଣ୍ଟା ମଧ୍ୟରେ ଭଦ୍ରକ ଏସପି ଚରଣ ସିଂହ ମିନାଙ୍କ ନିର୍ଦ୍ଦେଶରେ #ବାୟା କୁ ଗିରଫ କରିଛି ସ୍ଵତନ୍ତ୍ର ପୁଲିସ ସ୍କ୍ବାର୍ଡ । ତେବେ ଏପରି କୋଇଲା ଚୋରା ଚାଲାଣ ତିହିଡି ରୁ ଯାଇ ଧୂସୁରି ଥାନା ଇସାରାରେ କିଛି ପୁଲିସ କର୍ମଚାରୀଙ୍କ ଇଙ୍ଗିତରେ ଚାଲିଥିବା ଏସପି ସୁରାଗ ପାଇଛନ୍ତି । ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ଶ୍ରୀ ମିନା ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.