ଟିଟିଲାଗଡ଼ , ( ଗୌରବ ଦର୍ଜୀ)- କରୋନା ମହାମାରୀ ଯୋଗୁଁ ବ୍ୟବସାୟ ହରାଇ ଅସୁବିଧାରେ ରହିଥିବା ଉଠା ଦୋକାନୀଙ୍କୁ ରାଜ୍ୟ ସରକାର ସହାୟତାର ହାତ ବଢ଼ାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ପୌର ପରିଷଦ ସମିଳନୀ କକ୍ଷ ଠାରେ ପୌର ନିର୍ବାହୀ ଅଧିକାରୀ ଦାୟିତ୍ବରେ ଥିବା ସ୍ଥାନୀୟ ଚହସିଲଦାର ପ୍ରେମଲାଲ ନିଆଁଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ରାଜ୍ୟ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥୀ ଶ୍ରୀମତୀ ସାହୁ କରୋନା ମହାମାରୀ ଯୋଗୁଁ ବ୍ୟବସାୟ ହରାଇଥିବା ଉଠା ଦୋକାନୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଘୋଷଣା କରି ସହାୟତା ରାଶି ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକୁ ଧନ୍ୟବାଦ ଜଣାଇ ତାଳିକାଭୁକ୍ତ ହୋଇଥିବା ଉଠା ଦୋକାନୀଙ୍କୁ ସହାୟତା ରାଶିର ବ୍ୟାଙ୍କ୍ ଚେକ୍ ବଣ୍ଟନ କରିଥିଲେ ପୌର ନିର୍ବାହୀ ଅଧିକାରୀ ଶ୍ରୀ ହିଆଲ। ୩ହଜାର ଟଙ୍କା ଲେଖାଏଁ ସହାୟତା ରାଶି ୧୦୦୫ ଜଣ ଉଠାଦୋକାନୀଙ୍କୁ ପ୍ରଦାନ କରିବା ପାଇଁ ଚିହ୍ନଟ ହୋଇଛନ୍ତି । ସମସ୍ତ ହିତାଧିକାରୀ ବ୍ୟାଙ୍କ ଆକାଉଣ୍ଟରେ ଚ୍ୟାକ ମାଧ୍ୟମରେ ଆଜି ସନ୍ଧ୍ୟା ସୁଦ୍ଧା ଟଙ୍କା ଜମା ହୋଇଯିବ ବୋଲି କହିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ମିଶନ ଶକ୍ତି ଅନ୍ତର୍ଗତ ସ୍ଵୟଂ ସହାୟକ ଗୋଷ୍ଠୀର ୨୪୯ଜଣ ସଦସ୍ୟଙ୍କୁ ମନ୍ତ୍ରୀ ଶ୍ରୀମତୀ ସାହୁ ମିଶନ ଶକ୍ତି ବିଭାଗ ପକ୍ଷରୁ ପ୍ରଦତ୍ତ ମାକ୍ସ ବଣ୍ଟନ କରିଥିଲେ । ମହିଳା ମାନଙ୍କୁ ସମ୍ବୋଧନ କରି କହିଲେ ଯେ ଏସଏଚଜି ମହିଳା ମାନଙ୍କ ସହାୟତା ଉଦ୍ଦେଶ୍ୟରେ ଅତିରିକ୍ତ ତିନି ଜଣଙ୍କୁ ରାଜ୍ୟ ସରକାର ଟିଟିଲାଗଡ଼ ପୌର ପରିଷଦ ପାଇଁ ନିଯୁକ୍ତ କରିଛନ୍ତି । ପ୍ରତ୍ୟେକ ୱାର୍ଡରେ ଗୋଟିଏ ଲେଖାଏଁ ଏସଏଚଜି କମ୍ୟୁନିଟି ହଲ ନିର୍ମାଣ କରାଯିବ ବୋଲି ଆଲୋକପାତ କରି ନିଜ ନିଜ ୱାର୍ଡରେ ୨ଡିସିମିଲ ଜମି ଚିହ୍ନଟ କରି ସମ୍ପୃକ୍ତ ଅଧିକାରୀଙ୍କୁ ଜଣାଇବା ପାଇଁ ଏସଏଚଜି ମହିଳାକୁ କହିଥିଲେ । ପୌର ପରିଷଦ ସିଇଓ ଶୁଭଶ୍ରୀ ସାହୁ ସଭାର ସଂଯୋଜନା କରିଥିଲେ। ଉଭୟ କାର୍ଯ୍ୟକ୍ରମରେ ପୃଥକ ଭାବେ ଉଠାଦୋକାନୀ ଓ ବିଭିନ୍ନ ୱାର୍ଡର ଏସଏଚଜି ମହିଲା ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.