ସମ୍ବଲପୁର /ରମାକାନ୍ତ ବିଶ୍ବାଳ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କଂଗ୍ରେସ ପକ୍ଷରୁ ତୈଳ ଦର , ରନ୍ଧନ ଗ୍ୟାସ ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୁଲ୍ୟ ବୄଦ୍ଧି ପ୍ରତିବାଦରେ ବୁଧୁବାର ଦିନ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ଦଳୀୟ ନେତା ଓ କର୍ମୀ ମାନେ ବୁଧୁବାର ମଧ୍ୟାହ୍ନରେ ସ୍ଥାନୀୟ ଶିବ ମନ୍ଦିର ଠାରୁ ଏକ ଶୋଭା ଯାତ୍ରାରେ ବାହାରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ବ୍ଲକ କାର୍ଯ୍ୟାଳୟକୁ ଆସିଥିଲେ । ଏହି ଅବସରରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ରେଢାଖୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ନେତା ରିଙ୍କୁନ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରତିବାଦ ସଭାରେ ଜିଲ୍ଲା କଂଗ୍ରେସ ସଭାପତି ଅଶ୍ୱିନୀ ଗୁରୁ ,ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସୁତପା ଗୁରୁ ,ମହିଳା କଂଗ୍ରେସର ଜିଲ୍ଲା ସଂଯୋଜିକା ସସ୍ମିତା ଦେହୁରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଚାଷୀ ମାରଣା ନୀତିକୁ ତୀବ୍ର ବିରୋଧ କରିଥିଲେ । ଏଥି ସହିତ କରୋନ ମହାମାରୀ ସମୟରେ ଲକଡାଉନ ଯୋଗୁଁ ଲୋକେ ନିଜର ଜୀବିକା ହରାଇ ଆର୍ଥିକ କ୍ଷତି ସହି ଆସିଥିବା ବେଳେ କେନ୍ଦ୍ର ସରକାର ପ୍ରତିଦିନ ପେଟ୍ରୋଲ ଦର ବଢାଇ ଚାଲିଛନ୍ତି । ଏଥି ସହିତ ରନ୍ଧନ ଗ୍ୟାସର ମଧ୍ୟ ଅହେତୁକ ଦରବ୍ରୁଦ୍ଧି କରିଛନ୍ତି । ସେହି ପରି ରାଜ୍ୟ ସରକାର ବିଭିନ୍ନ ଅତ୍ୟାବଶ୍ୟକ ଖାଉଟୀ ସାମଗ୍ରୀର ମଧ୍ୟ ଦର ବ୍ରୁଦ୍ଧି ଘଟାଇବା ସହ ଚାଷୀ ମାନଙ୍କୁ ଧାନର ଉପଯୁକ୍ତ ମୁଲ୍ୟ ଦେଉ ନାହାନ୍ତିଁ । ଏପରି ସ୍ଥିତିରେ ରାଜ୍ୟର ଜନସାଧାରଣ ତ୍ରାହି ତ୍ରାହି ଡାକୁ ଥିବା ବେଳେ ସରକାର ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢାଇ ରାଜ୍ୟର ନିରୀହ ଜନସାଧାରଣଙ୍କୁ ଶୋଷଣ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ । ଏ ସବୁର ମୁଲ୍ୟ ହ୍ରାସ ନ କଲେ ଆଗାମୀ ଦିନରେ ଦଳ ଆନ୍ଦୋଳନକୁ ଆହୁରି ତୀବ୍ର କରିବ ବୋଲି ଚେତାବନୀ ଦେଇଥିଲେ । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ କଂଗ୍ରେସ ସଭାପତି ଉଗ୍ରେସନ ଦେହୁରୀ , ଜିଲ୍ଲା ସଂଯୋଜକ ସୁନୀଲ ପ୍ରଧାନ ପ୍ରମୁଖ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ ଏବଂ ଗରୀବ ମାରଣା ନୀତିକୁ ତୀବ୍ର ସମାଲୋଚନା କରି ଆଗାମୀ ଦିନରେ ଜନସାଧାରଣ ଏହାର ଜବାବ ଦେବାକୁ ଆହ୍ୱାନ ଦେଇଥିଲେ । ପ୍ରଦେଶ କଂଗ୍ରେସ କମିଟୀର ଆହ୍ୱାନ କ୍ରମେ ହୋଇଥିବା ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଵିଶ୍ୱନାଥ ବାନାର୍ଜୀ , ସନ୍ତୋଷ ଦାଶ , ରମେଶ ସାହୁଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post