ଆଇ.ସି.ଟି ବିଦ୍ୟାଳୟ ସଂଯୋଜକ ସଙ୍ଘ ଗଜପତି ପକ୍ଷରୁ କମ୍ପୁଟର ଶିକ୍ଷକ ମାନଙ୍କୁ ଯଥାଶୀଘ୍ର ପୁନଃ ନିର୍ଯୁକ୍ତି ନିମନ୍ତେ ଦାବିପତ୍ର ପ୍ରଦାନ

0 2

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଇ.ସି.ଟି ବିଦ୍ୟାଳୟ ସଂଯୋଜକ ସଙ୍ଘ ଗଜପତି ପକ୍ଷରୁ ସଙ୍ଘର ସଭାପତି ସବିତା କୁମାରୀ ପଣ୍ଡିତଙ୍କ ନେତୃତ୍ୱରେ ଚାରି ଦଫା ଦାବି ନେଇ ଗଜପତି ଜିଲ୍ଲାପାଳଙ୍କ ଜରିଆରେ  ଶିକ୍ଷା ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ଓ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଦିଆଯାଇଛି।  ଜିଲ୍ଲାର ୪୨ ଜଣ କମ୍ପୁଟର ଶିକ୍ଷକ ତଥା ରାଜ୍ୟରେ ୪୦୦୦ କମ୍ପୁଟର ଶିକ୍ଷକ ଛଟେଇ ହୋଇ ଘରେ ବସିଛନ୍ତି। 

ଓଡ଼ିଶାର ଲକ୍ଷ ଲକ୍ଷ ହାଇସ୍କୁଲ ଛାତ୍ର ଛାତ୍ରୀ କମ୍ପ୍ୟୁଟର ଶିକ୍ଷା ତଥା ଅନଲାଇନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ୮ ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଇ.ସି.ଟି ଲେବ ଗୁଡିକ ମଧ୍ୟ ଅଚଳ ହୋଇ ନଷ୍ଟ ହେବାରେ ଲାଗିଛି। ଦୀର୍ଘ ୫ ବର୍ଷ ଧରି ନିଷ୍ଠାପର ଭାବରେ ଅତି ସ୍ୱଳ୍ପ ବେତନରେ ବିଦ୍ୟାଳୟରେ ସମସ୍ତ ପ୍ରକାର କାର୍ଯ୍ୟ କରି ଆସୁଥିବା ୪୦୦୦ ସ୍କୁଲ କୋଡ଼ିନେଟରଙ୍କୁ ନିର୍ଯୁକ୍ତିରୁ ବଞ୍ଚିତ କରିବା ନିଶ୍ଚୟ ଏକ ପରିତାପର ବିଷୟ ବୋଲି କହିଛନ୍ତି।

 ଏହି ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି।ଏହି ଦାବିପତ୍ର ପ୍ରଦାନ ବେଳେ  କମ୍ପ୍ୟୁଟର ଶିକ୍ଷକମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.