ତୈଳ-ଜାଳେଣି ଗ୍ୟାସ ଓ ଅତ୍ୟାଵଶ୍ୟକ ସାମଗ୍ରୀ ଦରବୃଦ୍ଧି ପ୍ରତିବାଦରେ ବାଲିଗୁଡ଼ା ବ୍ଲକ କଂଗ୍ରେସର ବିକ୍ଷୋଭ 

0 2

 ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ସାରା ଦେଶ ଦୀର୍ଘ ୧୭ ମାସ ଧରି କରୋନା ମହାମାରୀ ସହିତ ଲଢୁଛି I ଏହି ୧୭ ମାସ ଭିତରେ ସାଧାରଣ ନିଜର ପରିବାର ବର୍ଗ ଓ ଆତ୍ମୀୟ ସ୍ଵଜନଙ୍କୁ ହରାଇ ସାରିଛୁ I ଲକ୍ଷ ଲକ୍ଷ ଲୋକ ନିଜର ଜୀବନ ଜୀବିକା ପାଇଁ ଲଢ଼େଇ କରୁଥିଲା ବେଳେ ଆଜି ବହୁ ଲୋକ ଜୀବିକା ହରାଇ ସାରିଛନ୍ତି I ଲୋକଙ୍କର ରୋଜଗାର ବହୁ ପରିମାଣରେ କମିଯାଇଛି I ଏଭଳି ଏକ ପରିସ୍ଥିତିରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଅତି ନିର୍ଦୟ ଭାବରେ ଲୋକମାନଙ୍କ ଠାରୁ ଅତ୍ୟଧିକ କେନ୍ଦ୍ରୀୟ ଶୁକ୍ଳ କର ଏବଂ ଭାଟ (ମୂଲ୍ୟଯୁକ୍ତ କର) ଆଦାୟ କରିବାରେ ଲାଗିଛନ୍ତି I ୨୦୧୪ ମସିହାରେ କଂଗ୍ରେସ ନେତୃତ୍ବାଧୀନ ମେଣ୍ଟ ସରକାର ବେଳେ ପେଟ୍ରୋଲ ୭୨ ଟଙ୍କା ଓ ଡିଜେଲ ଆମ ରାଜ୍ୟରେ ୬୩ ଟଙ୍କାରେ ବିକ୍ରି ହେଉଥିଲା I ସେତେବେଳେ କେନ୍ଦ୍ର ସରକାର ଏକ ଲିଟର ପେଟ୍ରୋଲ ଏବଂ ଡିଜେଲ ଉପରେ ଟ ୯.୪୮ ପଇସା ଓ ଟ. ୩.୫୬ ପଇସା କେନ୍ଦ୍ରୀୟ ଶୁଳ୍କ ଆଦାୟ କରୁଥିଲେ I କିନ୍ତୁ ଏହି ୭ ବର୍ଷ ଭିତରେ ପେଟ୍ରୋଲ ଉପରେ ୩୦୦ ପ୍ରତିଶତ ଓ ଡିଜେଲ ଉପରେ ପାଖାପାଖ ୮୦୦ ପ୍ରତିଶତ କର ଆଦାୟ କରାଯାଉଛି I ଏବେ ଏକ ଲିଟର ପେଟ୍ରୋଲ ଉପରେ ୩୨ ଟଙ୍କା ୫୦ ପଇସା ଓ ଡିଜେଲ ଉପରେ ୩୧ ଟଙ୍କା ୮୦ ପଇସା କେନ୍ଦ୍ରୟୀ ଶୁକ୍ଳ କର ଆଦାୟ କରାଯାଉଥିଲା ବେଳେ ରାଜ୍ୟ ସରକାର ଟ. ୨୩.୪୦ ପଇସା ଟ. ୨୦.୮୦ ପଇସା ଭାଟ ବା ମୂଲ୍ୟଯୁକ୍ତ କର ଆଦାୟ କରୁଛନ୍ତି I ଠିକ ସେହିଭଳି ଏକ ୧୪.୨ କେଳି ରନ୍ଧନ ଗ୍ୟାସର ମୂଲ୍ୟ ୨୦୧୪ ମସିହାରେ କଂଗ୍ରେସ ସରକାର ସମୟରେ ୪୧୪ ଟଙ୍କା ଥିବା ବେଳେ ଏହି ୭ ବର୍ଷ ଭିତରେ ଏହା ମୂଲ୍ୟ ୮୬୧ ଟଙ୍କାକୁ ବୃଦ୍ଧି ଘଟିଛି I ଏହାକୁ ପ୍ରତିବାଦ କରି ଆଜି ବାଲିଗୁଡ଼ା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ୍ ନଗର ସଭାପତି ସପ୍ନେଶ୍ୱର୍ ସାହୁ ଓ ବାଲିଗୁଡ଼ା ବ୍ଲକ ସଭାପତି ଆଇବାର ନାୟକଙ୍କ ତତ୍ତ୍ଵାବଧାନରେ ଶାନ୍ତି ପୂର୍ଣ୍ଣ ବିକ୍ଷୋଭ ଓ ଧାରଣା ଦିଆଯାଇଛି I ବ୍ଲକ ଓ ନଗର ସଭାପତିଙ୍କ ସମେତ ବାଲିଗୁଡ଼ା ବ୍ଲକ ଅଧ୍ୟକ୍ଷ ପ୍ରମୋଦ ମଲ୍ଲିକ, ବାଲିଗୁଡ଼ା ପୂର୍ବତନ ବ୍ଲକ ଅଧ୍ୟକ୍ଷ କେ.ବଳରାମ ଦୋରା, ରବିଚନ୍ଦ୍ର ପାତ୍ର, ବାଲିଗୁଡ଼ା ୧୦ ନମ୍ୱର୍ ୱାର୍ଡ ପୂର୍ବତନ କାଉନସିଲର ମନୋଜ୍ ଆଚାର୍ଯ୍ୟ, ଶିବ ପ୍ରଧାନି ଅଜିତ ଦିଗାଲ, ବହୁ କଂଗ୍ରେସ୍ କର୍ମୀ ଉପସ୍ଥିତ ଥିଲେ I

Leave A Reply

Your email address will not be published.