ଦାରିଙ୍ଗବାଡି ବ୍ଲକ କଂଗ୍ରେସ ପକ୍ଷରୁ ବିକ୍ଷୋଭ : ତୈଳ-ଜାଳେଣି ଗ୍ୟାସ ଓ ଅତ୍ୟାଵଶ୍ୟକ ସାମଗ୍ରୀ ଦରବୃଦ୍ଧି ପ୍ରତିବାଦରେ 

0 2

ଘୁ. ଉଦୟଗିରି(ଗଗନ କୁମାର ପ୍ରଧାନ): କରୋନାର ୨ୟ ଲହର ସାରା ଦେଶକୁ କବଳିତ କରିଥିବା ସମୟରେ କେନ୍ଦ୍ରର ମୋଦୀ ସରକାର ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି କରିବାରେ ଲାଗିଛନ୍ତି I ଦେଶର କେତେକ ଅଂଚଳରେ ପେଟ୍ରୋଲ ଓ ଡିଜେଲର ଦର ଲିଟର ପ୍ରତି ୧୦୨ଟଙ୍କା ପାର ହୋଇଛି I ଫଳରେ ଜନସାଧାରଣଙ୍କ ପାଇଁ ଏହା ଅତ୍ୟନ୍ତ କଷ୍ଟଦାୟକ ହୋଇଛି I ଏହା ସହ ଘରୋଇ ସାମଗ୍ରୀ ଓ ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି I ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନରେ ଦାରିଙ୍ଗବାଡି ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବ୍ଲକରେ ଆଜି ୧୦ଟାରୁ ୧୨ ଘଣ୍ଟିକା ପର୍ଯ୍ୟନ୍ତ ସାଙ୍କେତିକ ଭାବେ ଧାରଣ ଓ ବିକ୍ଷୋଭ କାର୍ଯ୍ୟକ୍ରମ କରାଯାଇଛି I ବ୍ଲକ ଅଧ୍ୟକ୍ଷା ରୁଦା ମଲ୍ଲିକ ଏବଂ ବ୍ଲକ ସଭାପତି ପ୍ରଦୀପ ନାୟକ ନେତୃତ୍ୱ ନେଇଥିଲେ I

ଅନ୍ୟମାନଙ୍କ ମଧ୍ୟରେ ସିର୍କାବର୍ଗ ସରପଞ୍ଚ ଶ୍ୟାମଘନ ପ୍ରଧାନ, ବ୍ଲକ କଂଗ୍ରେସ ସମ୍ପାଦକ ଶରତ ଚନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା ସଂଧ୍ୟାରଣୀ ପ୍ରଧାନ, ଜିଲ୍ଲା କଂଗ୍ରେସ ସେକ୍ରେଟାରୀ ବିଦ୍ୟାଧର ମଳିକ, ତିଆଡ଼ି ନାୟକ, ଅମୂଲ୍ୟ ନାୟକ, ଜର୍ଣ୍ଣାଲ ନାୟକ, ଅନୁସୂଚିତ ଜାତି ଜନଜାତିର ଓଡ଼ିଶା କାଯ୍ୟ କାରିଣୀ ପ୍ରଭଞ୍ଜନ ନାୟକ, ଚିତୁନ ନାୟକ, ମିନୁରା ପ୍ରଧାନ, ପ୍ରଦୀପ ମଲ୍ଲିକ, ଦାରିଙ୍ଗିବାଡ଼ି ସମିତି ସଭ୍ୟା ଆରତୀ ପ୍ରଧାନ, ଅମୁଲ୍ୟ ନାୟକ ପ୍ରମୁଖ ଯୋଗଦେଇଥିଲେ I ୧୪ମାସ ମଧ୍ୟରେ ପେଟ୍ରୋଲ ଲିଟର ପ୍ରତି ୨୫.୭୨ ଓ ଡିଜେଲ ୨୩.୯୩ ଟଙ୍କା କେନ୍ଦ୍ର ସରକାର ବଢ଼ି ଥିବା ବେଳେ ଗତ ୫ମାସ ମଧ୍ୟରେ ୩୫ରୁ ଅଧିକ ଥର ଦର ବୃଦ୍ଧି ପାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ I ସରକାର ଟିକସ ବୃଦ୍ଧିର ବାହାନାରେ ମହାମାରୀ ସମୟରେ ଲୋକଙ୍କଠାରୁ ଲୁଟୁଛନ୍ତି ବୋଲି କଂଗ୍ରେସ ବ୍ଲକ ଅଧ୍ୟକ୍ଷା ରୁଦା ମଳିକ ଅଭିଯୋଗ କରିଛନ୍ତି I ତୁରନ୍ତ ତୈଳଯାତ ଦ୍ରବ୍ୟ ରନ୍ଧନ ଗ୍ୟାଶ, ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ପାଇଁ ବ୍ଲକ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରାଯାଇଥିଲା ଇ

 

Leave A Reply

Your email address will not be published.