ଶେଷରେ ନଅ ୟୁରୋପୀୟ ରାଷ୍ଟ୍ରଙ୍କ  ‘ଗ୍ରୀନ୍ ପାସ୍’ ତାଲିକାରେ ସାମିଲ ହେଲା ଭାରତର କୋଭିଶିଲ୍ଡ | 

0

Event image

ନୂଆଦିଲ୍ଲୀ : ଶେଷରେ ଭାରତର ଚେତାବନୀ କାମ ଦେଇଛି | ଭାରତୀୟ ଟିକାକୁ ସାମିଲ କରିବା ପାଇଁ  କୁଂଥୁକୁଂଥୁ ହେଉଥିବା ନଅ ୟୁରୋପୀୟ ରାଷ୍ଟ୍ରଙ୍କ  ‘ଗ୍ରୀନ୍ ପାସ୍’ ତାଲିକାରେ ସାମିଲ ହେଲା ଭାରତର କୋଭିଶିଲ୍ଡ |  ଅଷ୍ଟ୍ରିଆ, ଜର୍ମାନୀ, ସ୍ଲୋଭେନିଆ, ଗ୍ରୀସ୍, ଆଇସଲ୍ୟାଣ୍ଡ, ଆୟର୍ଲାଣ୍ଡ, ସ୍ପେନ୍, ଇଷ୍ଟୋନିଆ ଏବଂ ସ୍ୱିଜରଲ୍ୟାଣ୍ଡ ସମେତ ନଅଟି ଦେଶ ବର୍ତ୍ତମାନ ୟୁଏଇର “ଗ୍ରୀନ୍ ପାସ୍” ଯୋଜନା ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିଶିଲ୍ଡ ଟିକାକୁ ଅନୁମୋଦନ କରିଛନ୍ତି ବୋଲି ବିବିସି ସୂତ୍ରରୁ ଜଣାପଡିଛି  ସୂଚନାଯୋଗ୍ୟ ଯେ ବୁଧବାର ଦିନ ଭାରତ ଚେତାବନୀ ଦେଇଥିଲା ଯେ ଯଦି ଭାରତୀୟ ଟିକାକୁ ‘ଗ୍ରୀନ୍ ପାସ୍’ ତାଲିକାରେ ସାମିଲ କରାନଯିବ ତେବେ ଭାରତ ମଧ୍ୟ ୟୁରୋପୀୟ  ଯାତ୍ରୀଙ୍କ ପାଇଁ ଅନୁରୂପ ନୀତି ଅବଲମ୍ବନ କରିବ ।

Leave A Reply

Your email address will not be published.