ବାରିପଦା(ଦିଲ୍ଲୀପ ମହାନ୍ତି )- ଆଜି ବାରିପଦା ଉପଜିଲ୍ଲାପାଳ ଭାବେ ବିଦାୟୀ ଉପଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କଲେ ଆଇଏଏସ ଅନ୍ୟା ଦାସ । ଏହାପରେ କାର୍ଯ୍ୟାଳୟର କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସୂଚନା ଯୋଗ୍ୟ ଯେ, ବାରିପଦା ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଅନ୍ୟା ଦାସ ଓଡ଼ିଶାର ଜଗତସିଂପୁର ଅଞ୍ଚଳର ହୋଇଥିବା ବେଳେ ୨୦୧୮ ଆଇଏଏସ ପରୀକ୍ଷାରେ ଶ୍ରେଷ୍ଠ ୧୦୦ ଜଣଙ୍କ ମଧ୍ୟରୁ ଏକମାତ୍ର ଓଡ଼ିଆ ଭାବେ ୬୦ ତମ ସ୍ଥାନ ହାସଲ କରିବାରେ ସଫଳ ହୋଇଥିଲେ । ସେ ରେଭେନ୍ସା ବିଶ୍ବବିଦ୍ୟାଳୟରୁ ଇଂରାଜୀରେ ସ୍ନାତକ କରିଥିବା ବେଳେ ୨୦୧୬ ୟୁପିଏସସି ପରୀକ୍ଷାରେ ପ୍ରଥମ ପ୍ରୟାସରେ ୫୭୮ ପଦବୀ ହାସଲ କରିଥିଲେ। ଏଥିସହିତ ଭଦୋଦରା ଠାରେ ଭାରତୀୟ ରେଳ କର୍ମଚାରୀ ସେବା ଅଧିକାରୀ ଭାବରେ ତାଲିମ ନେଉଥିଲେ। ଅନ୍ୟାଙ୍କ ମାତା ସୀମା ଦାସ ଏବଂ ପିତା ଇନ୍ଦୁ ଭୂଷଣ ଭୂୟାଁ ଜାମସେଦପୁର ଠାରେ ବସବାସ ଜରିଥିବା ବେଳେ ପିତା ଇନ୍ଦୁ ଭୂଷଣ ଜଣେ ଜଣାଶୁଣା ଲେଖକ ତଥା କବି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post