ରାୟଗଡ ବଣିକ ସଂଘ ସହ ଜିଲ୍ଳାପାଳଙ୍କ ଆଲୋଚନା

0

କୋଭିଡ-19 ନିର୍ଦ୍ଦେଶାବଳୀରେ ଦୋକାନବଜାର ଖୋଲିବାକୁ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ

ରାୟଗଡ/ସରୋଜ ସାହୁ :-ମହାମାରୀ କରୋନା ସଂକ୍ରମଣ ହାର ରାୟଗଡ ଜିଲ୍ଳାରେ ଏକ ପ୍ରକାର ନିୟନ୍ତ୍ରଣରେ ରହିଛି ।  ରାଜ୍ୟରେ ମଧ୍ୟ ଦୈନିକ ସଂକ୍ରମଣ ହାର ହ୍ରାସ ହେବା ପରେ ରାଜ୍ୟ ସରକାର ଆଂଶିକ  ଲକଡାଉନ କଟକଣା ଅବଧୀ ସୀମା ଆସନ୍ତା ଜୁଲାଇ 16ତାରିଖ ଯାଏଁ ବୃଦ୍ଧି କରିବା ସହ କଟକଣାରେ ଆଂଶିକ ଭାବେ କୋହଳ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଏବଂ ଆରୋଖୀ ଅଧିକ୍ଷ ଶ୍ରୀ ବିବେକାନନ୍ଦ ଶର୍ମା ଆଜି ସହରର ମୁଖ୍ୟ ବଜାର ସହ ଅନ୍ୟାନ୍ୟ ସ୍ଥାନଗୁଡିକ ପରିଦର୍ଶନ କରି କୋଭିଡ ସ୍ଥିତିର ଅନୁଧ୍ୟାନ କରିଥିଲେ । ପରେ ରାୟଗଡ ବଣିକ ସଂଘ ସହ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ଚିନ୍ତନ କକ୍ଷରେ ଆଲୋଚନା କରିଥିଲେ । ଯେହେତୁ ରାଜ୍ୟ ସରକାର ରାୟଗଡ ସମେତ ଅନ୍ୟ 20ଟି ଜିଲ୍ଳାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡିକ ଖୋଲିବା ସମୟ ପରିବର୍ତନ କରି ଆସନ୍ତା 16ଦିନ ପାଇଁ ସକାଳ 6ଟାରୁ ସଂଧ୍ୟା 6ଘଂଟା ପର୍ଯ୍ୟନ୍ତ ଧାର୍ଯ୍ୟ କରିଛନ୍ତି ଏଥି ନିମନ୍ତେ ଦୋକାନବଜାରରେ ପୂର୍ବ ଅପେକ୍ଷା ଅଧିକ ଲୋକଙ୍କ ଭିଡ ହେବାର ସମ୍ଭାବନା ରହୁଛି । ତେଣୁ ଦୋକାନ ବଜାର ଖୋଲିବା ସମୟରେ କୋଭିଡ-19 ସୁରକ୍ଷା ନିୟମକୁ କଡାକଡି ଭାବେ ପାଳନ କରି ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ବଜାୟ ରଖିବା ଉପରେ ବ୍ୟବସାୟୀମାନେ ବିଶେଷ ଗୁରୁତ୍ୱ ଦେବା ପାଇଁ ବଣିକ ସଂଘକୁ ଜିଲ୍ଳାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । କୌଣସି ଦୁକାନରେ ସେହିଭଳି ନିୟମ ନମlନନ୍ତି ତାହାହେଲେ ଦୁକାନୀ ସେଥିପାଇଁ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଛନ୍ତି l ସେହିପରି ଦୋକାନରେ ଅଧିକ ଜନ ଗହଳି ନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଦୋକାନରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଟୀକାକରଣ ନିମନ୍ତେ ସେମାନଙ୍କ ଏକ ତାଲିକା ପ୍ରସ୍ତୁତ କରି ଡିପିଏମ୍ ରାଜେଶ୍ୱର ପଟ୍ଟନାୟକଙ୍କୁ ପ୍ରଦାନ କରିବା ପାଇଁ ପରାମର୍ଶ ଦେବା ସହ ପର୍ଯ୍ୟାୟ କ୍ରମେ ଉଠା ବ୍ୟବସାୟୀ,ପରିବା ବ୍ୟବସାୟୀ,ଅଟୋ ଚାଳକ ସଂଘ ଆଦି ଅନ୍ୟାନ୍ୟ ସମସ୍ତଙ୍କୁ ଟୀକାକରଣରେ ସାମିଲ କରାଯିବ ବୋଲି ଜିଲ୍ଳାପାଳ ଶ୍ରୀ ମିଶ୍ର ସଂଘ କାର୍ଯ୍ୟକର୍ତାଙ୍କୁ କହିଥିଲେ । ଏହି ବୈଠକରେ ଅତିରିକ୍ତ ଆରୋକ୍ଷୀ ଅଧିକ୍ଷକ ରମ ପ୍ରସାଦ ସାହୁ ,ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସମେତ ବଣିକ ସଂଘର ସଭାପତି ସୁରେନ୍ଦ୍ରନାଥ ସାହୁ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.