ପବନ ବର୍ଷାରେ ଉପୁଡିଲା ବିପଦସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ୍ ଖୁଣ୍ଟ ।

0

 କଲ୍ୟାସିଂହପୁର/ପ୍ରଦୀପ ଦଳାଇ : ରାୟଗଡା ଜିଲ୍ଲା କଲ୍ୟାସିଂହପୁର ବ୍ଳକ ସୀଙ୍ଗାରି ପଞ୍ଚାୟତ ଅନ୍ତର୍ଗତ ମେଲକୋଜବା ଗାଁ ନିକଟରେ  ବହୁତ ଦିନ ଧରି  ବିପଦସଙ୍କୁଳ ଅବସ୍ଥାରେ ଥିବା  ବିଦ୍ୟୁତ୍ ଖୁଣ୍ଟ ଟି ବର୍ଷା ପବନରେ ଉପୁଡି ପଡିଛି। କୌଣସି ଏକ ବଡ଼ ଦୁର୍ଘଟଣା ଘଟିବା ପୁର୍ବରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଲୋକେ ।

ବହୁତ ଦିନ ଧରି ଗ୍ରାମବାସୀ  ଉକ୍ତ ବିଷୟ ନେଇ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ବିଦ୍ୟୁତ୍ ବିଭାଗର ଅଧିକାରୀମାନେ ଖାମଖିଆଲ ଢଙ୍ଗରେ ଚୁପ ବସିଥିଲେ | ହେଲେ ଆଜି ଦୁର୍ଘଟଣା ଘଟୁ ଘଟୁ ବର୍ତ୍ତି ଯାଇଥିଲେ ସେହିବାଟେ ଯାଉଥିବା  କିଛି ଗ୍ରାମବାସୀ। ଏହି ଘଟଣା କୁ ନେଇ ଗ୍ରାମବାସୀ ବିଦ୍ୟୁତ୍ ବିଭାଗର ଖାମଖିଆଲ ମାନସିକତାକୁ ନିନ୍ଦା କରିଛନ୍ତି।

Leave A Reply

Your email address will not be published.