ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର ): ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ତୁଷୁରା ଥାନା ଅନ୍ତର୍ଗତ ମୁକୁନ୍ଦ ପୁର ଗ୍ରାମରେ ଦୁଇ ଜଣ ବାଇକ ଲୁଟେରାଙ୍କୁ କାବୁ କରି ଗାଁ ଲୋକେ ପୋଲିସ ଜିମା ଦେଇଥିବା ଜଣାପଡିଛି। ତେବେ ସୂଚନା ଅନୁସାରେ ଦୁଇଜଣ ବାଇକ ଲୁଟେରା ତୁଷୁରା ଥାନା ଅନ୍ତର୍ଗତ ପାରକେଲା ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଇକ ଚୋରି କରିନେଇ ଆସୁଥିବା ବେଳେ ମୁକୁନ୍ଦ ପୁର ଛକ ନିକଟରେ ବାଇକ ଟି ଗଛରେ ପିଟି ହୋଇଥିଲା ତେବେ ସେଠାରେ ଉପସ୍ଥିତ ଥିବା ଗ୍ରାମବାସୀ ପାଖକୁ ପହଞ୍ଚି ଦୁଇଜଣ ବ୍ୟକ୍ତିଙ୍କୁ ଉଠାଇବା ସହ ପଚରା ଉଚୁରା କରିବା ବେଳେ ଦୁହେଁ ଫେରାର ମାରିବା ପାଇଁ ଉଦ୍ୟମ କରିଥିଲେ, ଯାହାକୁ ନେଇ ଗାଁ ଲୋକେ ଦୁଇଜଣ ବ୍ୟକ୍ତିଙ୍କୁ କାବୁ କରି ତୁଷୁରା ପୋଲିସକୁ ଖବର ଦେଇଥିଲେ।ସେପଟେ ଏ ଘଟଣା ନେଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁଇ ବାଇକ ଲୁଟେରାଙ୍କୁ କାବୁ କରିବାସହ ଲୁଟ କରିଥିବା ବାଇକ ଜବତ କରି ତଦନ୍ତ ଜାରି ରଖିଛି। ଏହି ବାଇକ ଚୋରି ରେ ଦୁଇ ଜଣଙ୍କ ନାଁ ଗୋପନ ରଖିଥିବାବେଳେ ଏହି ବାଇକ ଚୋରିରେ ଅନ୍ୟ ଦୁର୍ବୁର୍ତ୍ତ ଙ୍କ ମଧ୍ୟ ହାତ ଥାଇପାରେ ବୋଲି ସନ୍ଧେହ କରି ଅଟକ ଥିବା ଦୁଇ ବାଇକ ଚୋରିର ଅଭିଯୁକ୍ତ ଙ୍କ ନାଁ ଗୋପନ ରଖିଥିବା ଦର୍ଶାଇଛି। ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବାଇକ ଚୋରିକୁ ନେଇ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଛି।
Sign in
Sign in
Recover your password.
A password will be e-mailed to you.