ଏସଟିଏଫ ଟେର ପାଉନି, ହେଲେ ଫେରାର ଅଭିଯୁକ୍ତ ଥାନାରେ ଦେଉଛି ଫୁଲ ତୋଡ଼ା !!!!

0

 

ପାରାଦୀପ: ନିରିହ ତଥା ଗରିବ ଶ୍ରମିକଙ୍କୁ ଚାକିରି ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ପାରାଦୀପର ଜଣାଶୁଣା ଯୁବ ଶ୍ରମିକ ନେତା ରାକେଶ ପଟ୍ଟନାୟକ ଓରଫ ରାକାକୁ ଏଏସଟିଏଫ୍( ସ୍ବତନ୍ତ୍ର ଟାକ୍ସ ଫୋର୍ସ) ଗିରଫ କରିନାହିଁ। ଗିରଫ ପାଇଁ ତନାଘନା ଚଳାଇଛି। ପାରାଦୀପ‌ରେ ଛାନଭିନ କରି ଏସଟିଏଫ୍ ଗତ ୨୬ ତାରିଖରେ ଦୁଇଜଣକୁ ଗିରଫ କରିଥିବା ବେଳେ ଏକ ମାମଲାର ମୁଖ୍ୟ ଅଭିଯୁକ୍ତ ରାକାଙ୍କୁ କିନ୍ତୁ ଗିରଫ କରିନାହିଁ। ମାତ୍ର ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ଯାହାକୁ ଗିରଫ ପାଇଁ ଏସଟିଏଫ୍ ତନାଘନା କରୁଛି ‌ସେହି ଅଭିଯୁକ୍ତ ରାକା‌ କିନ୍ତୁ ପ୍ରତିଦିନ ଥାନାରେ ଆସର ଜମାଉଛି। ଏସଟିଏଫ୍ ଛାଡି ଦେବାର ରାକା ଗତ ୨୯ ତାରିଖରେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ଫେରାର ଥିବା ଅଭିଯୁକ୍ତ କିନ୍ତୁ ୩୦ ତାରିଖ ଦିନ ପାରାଦୀପ ଥାନା ଅଧିକାରୀଙ୍କୁ ଭେଟି ଫୁଲତୋଡା ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣା ସମଗ୍ର ପୁଲିସ ବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି। ଅଭିଯୁକ୍ତର ଏଭଳି ସାହାସରୁ ଏସଟିଏଫର ତଦନ୍ତକାରୀ ଅଧିକାରୀ ତଦନ୍ର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି। କେଉଁ ପରିସ୍ଥିତିରେ ଜଣେ ଅଭିଯୁକ୍ତ ଜାମିନ ପାଇଁ ଆବେଦନ କରିବାର ଦିନକ ପରେ ବେଧକରେ ଥାନାକୁ ଜାଇ ଥାନା ଅଧିକାରୀଙ୍କୁ ଫୁଲତୋଡା ଦେଉଛି ତାକୁ ନେଇ ସନ୍ଦେହ ପ୍ରକାଶପାଇଛି। ମାମଲାର ମୁଖ୍ୟ ଅଭିଯୁକ୍ତ ଛାଡି ଅନ୍ୟଜଣେ ସହଯୋଗୀଙ୍କୁ ଗିରଫ କରିବା ଘଟଣାକୁ ନେଇ ପାରାଦୀପରେ ଚର୍ଚ୍ଚା ଜୋଧରିଛି। ପା‌ରାଦୀପ ଶିଳ୍ପାଞ୍ଚଳରେ କାମ କରିବାକୁ ଆସୁଥିବା ବିଭିନ୍ନ ଶିଳ୍ପ ସଂସ୍ଥା, କଂପାନିର ଠିକାଦାରଙ୍କ ସହିତ ଯୋଗସୂତ୍ର ରକ୍ଷା କରିବା ଓ ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କୁ ମୋହରା କରି ଲୋକଙ୍କୁ ଚାକିରି କରାଇ ଦେବା ନାମରେ ବେଆଇନ ଅର୍ଥ ଆତ୍ମସାତ କରି ମାତ୍ର ୧୦ ବର୍ଷରେ ୨୦ କୋଟିରୁ ଅଧିକ ଟଙ୍କାର ମାଲିକ ହେବା‌ ଘଟଣାକୁ ଏସଟିଏଫ୍ କାହିଁକି ତଦନ୍ତ ପରିସରକୁ ନ ନେଇ ତାଙ୍କ ପ୍ରତି କୋହଳ ‌ମନୋଭାବ ପୋଷଣ କରିଛି ତାକୁ ନେଇ ନେଇ ପ୍ରଶ୍ନ ଉଠିଛି। 

ଗତ ୨୦୧୮ ମସିହାର ଏକ ପୁରୁଣା ମାମଲରେ ଏସଟିଏଫ୍ ଆଶୁତୋ‌ଷ ସ୍ବାଇଁ ଓରଫ ବାବକୁ ଗତ ୪ ଦିନ ତଳେ ଗରିଫ କରିଛି। ମାତ୍ର ତାଙ୍କ ଜାମିନ ନାମଂଜୁର ହେବାରୁ ତାଙ୍କୁ ଜେଲ ଯିବାକୁ ପଡିଛି। ମାତ୍ର ଆଶ୍ଚର୍ଯ୍ୟର କଥା ଏତଲାରେ ସର୍ବାଗ୍ରେ ଥିବା ମୁଖ୍ୟ ଅଭିଯୁକ୍ତ ରାକେଶ ପଟ୍ଟନାୟକ ଓରଫ ରାକାଙ୍କୁ ଏସଟିଏଫ୍ ଗିରଫ କରିନାହିଁ। ତଥ୍ୟ ମୁତାବକ, ବାଲିକୁଦା ଅନନ୍ତପୁର ଗ୍ରାମର ଦିଲିପ ସ୍ବାଇଁ ଓ କିଛି ଶ୍ରମିକ ଚାକିରି ପାଇଁ ରାକାଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେଇ ଚାକିରି ପାଇନଥିଲେ, କି ଟଙ୍କା ବି ଫେରସନ୍ତ ପାଇନଥିଲେ। ଏପରିକି ଟଙ୍କା ମାଗିବାରୁ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ହତ୍ୟା ଧମକ ଦିଆଯାଇଥିଲା। ଏହି ଘଟଣା ସଂପର୍କରେ ଅଭିଯୋଗକାରୀ ଶ୍ରୀ ସ୍ବାଇଁ ସିଧାସଳଖ ଏସଟିଏଫ୍( ସ୍ବତନ୍ତ୍ର ଟାକ୍ସ ଫୋର୍ସ)ରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଏସଟିଏଫ୍ ଗତ ୨୦୧୮ ଅଗଷ୍ଟ ୨୩ ତାରିଖରେ ଏସଟିଏଫ୍ କେସ ନଂ ୧୫‌ ବଳରେ ଦଫା ୪୨୦/ ୫୦୬/ ଆଇପିସି ୩୪/ ଓ ୨୫/୨୭ ଆର୍ମ ଆକ୍ଟରେ ମାମଲା ମୁଖ୍ୟ ଅଭିଯୁକ୍ତ ରାକେଶ ପଟ୍ଟନାୟକ, ଆଶୁତୋଷ ସ୍ବାଇଁ ଓ ସନାତନ ମହାନ୍ତିଙ୍କ ନାମରେ ମାମଲା ରୁଜୁ କରିଥିଲା।  ଶ୍ରମିକଙ୍କ ଅଭିଯୋଗ ମୁତାବକ, ସେମାନେ ରୋଜଗାର ଅନ୍ବେଷଣ‌ରେ ଥିଲ‌ାବେଳେ ରାକା ସେମାନଙ୍କୁ ଚାକିରି ‌ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଜଣକା ୫୦ ହଜାର ‌ଟଙ୍କା ଲେଖାଏଁ ଦେବାକୁ କହିଥିଲା। ଟଙ୍କା ଦେଲେ ସେମାନଙ୍କୁ ବନ୍ଦର ଭିତରେ କାମ କରୁଥିବା ଜେ.ଏମ ବକ୍ସି କଂପାନିରେ ଚାକିରି କରାଇ ଦେବ ବୋଲି କହିଥି‌ଲା। ଏହି ସମୟରେ ରାକା‌ଙ୍କ ଦୁଇ ସହଯୋଗୀ ବାବ ଓ ସନାତନ ଉପସ୍ଥିତଥିଲେ। ତେବେ ପ୍ରତିଶ୍ରୁତି ମୁତାବକ,  ରାକା ଅଫିସରେ ୫୦ ହଜାର ଟଙ୍କା ଲେଖାଏଁ ଦେଇଥିଲେ। ଟଙ୍କା ଦେବା ବେଳେ ରାକା ଏ ଟଙ୍କାରୁ କିଛି ଜେଏମ ବକ୍ସି କଂପାନିର ଏଚଆର ମ୍ୟା‌ନେଜର କୁଳମଣି ପଣ୍ଡାଙ୍କୁ ଦିଆଯିବ ବୋଲି କହିଥିଲେ। ମାସକ ପ‌ରେ ତୁମକୁ ଚାକିରି ମିଳିବ ବୋଲି କହିଥିଲେ। ମାତ୍ର ମାସ ମାସ ବିତିଯାଇଥି‌ଲେ ବି ଚାକିରି ମିଳିନଥିଲା। ଟଙ୍କା ନେଇଥିବା ରାକା କିନ୍ତୁ ଧରାଛୁଆଁ ଦେଇନଥିଲା‌। ପରେ ଟଙ୍କା ଫେରସ୍ତ ପାଇଁ ଗଲା ବେ‌‌ଳେ ରାକାଙ୍କ ଦୁଇ ସହ‌ଯୋଗୀ ବାବ ଓ ସନିଆ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ। ଆଉ ଥରେ ଟଙ୍କା ମାଗିଲେ ଗୁଳି ଫୁଟିବ ବୋଲି କହିଥିଲେ। ରାକା ପ୍ରଭାବଶାଳୀ ଥିବା ଓ ସ୍ଥାନୀୟ ପୁଲିସକୁ ପ୍ରଭାବିତ କରିବାରେ ସମର୍ଥ ହୋଇଥିବାରୁ ଏ ନେଇ ଅଭିଯୋଗକାରୀମାନେ ଏସଟିଏଫର  ଆଶ୍ରୟ ନେଇଥିଲେ। ମାତ୍ର ଏସଟିଏଫ ରାକା  ଓ ସନିଆକୁ ଛାଡି ବାବକୁ ଗିରଫ କରିଛି। ଅନ୍ୟପକ୍ଷରେ ଅଭିଯୁକ୍ତ କିନ୍ତୁ ଖୋଲା‌ରେ ବୁଲୁଛନ୍ତି ଓ ଜାମିନ ପାଇଁ ଆବେଦନ କରି ରାକା ସ୍ଥାନୀୟ  ଥାନା‌ରେ ଆଡ୍ଡା ମାରୁଥିବା ଅଭିଯୋଗ ହେଉଛି । ତଦନ୍ତର ଗତି ଓ ସ୍ୱଚ୍ଛତାକୁ ନେଇ ଅଭିଯୋଗକାରୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି |

Leave A Reply

Your email address will not be published.