ସ୍ବାସ୍ଥ୍ୟ ସେବାର ମଙ୍ଗ ଧରିଛି ନଗର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟ । 

0 2

 https://www.youtube.com/watch?v=Lqu_6_i70gM

ସମ୍ବଲପୁର /ରମାକାନ୍ତ ବିଶ୍ବାଳ:  ସମ୍ବଲପୁର ମହାନଗର ଭଳି ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ସହିତ ସଚେତନତାର ମଙ୍ଗ ଧରିଛି ନଗର ଭ୍ରାମ୍ୟମାଣ ସ୍ୱାସ୍ଥସେବା ୟୁନିଟ ।

ମହାନଗର ହୋଇଥିଲେବି ଅତି ଦୁର୍ଗମ କୁହାଯାଉଥିବା ବୁର୍ଲା ସହରର ଆମବୁରେଇପଡାରେ ଏହା ଦେଖିବାକି ମିଳିଛି । ତେଲେଗୁପଡା ଠାରୁ ପାଖାପାଖି ୨ କିମି ଖାତ ଖମାଳ ରାସ୍ତା ଅତିକ୍ରମ କରି ତେଲେଗୁପଡାରେ ଆଜି ମ୍ୟାଲେରିଆ  ସଚେତନତା ସହିତ ଏକ ସ୍ୱାସ୍ଥ୍ୟ ଶିବିରରେ ୩୦ ଜଣ ବିଭିନ୍ନ ରୋଗୀଙ୍କୁ ମିଶାଇ ଅଣସଂକ୍ରମଣ ଓ ପ୍ରସବ ପୁର୍ବ ପରୀକ୍ଷା ଓ ଚିକିତ୍ସା ସେବା ପ୍ରଦାନ କରାଯାଇଥିଲା । ସ୍ଥାନୀୟ ଆଶା ରୀନା ବେହେରା ଓ  ଅଙ୍ଗନୱାଡି କର୍ମୀ ଜ୍ୟୋସ୍ନାବାଳା ଦାଶଙ୍କ ପୂର୍ଣ୍ଣ ସହଯୋଗରେ  ନବରଙ୍ଗପୁର ସ୍ଥିତ ଗ୍ରାମ ବିକାଶ ସଂଗଠନ ଦ୍ୱାରା ପରିଚାଳିତ ନଗର ଭ୍ରାମ୍ୟ ମାଣ ୟୁନିଟର ସ୍ୱାସ୍ଥ୍ୟ କର୍ମୀମାନେ ଏହାକୁ ସୁନ୍ଦର ଭାବେ ପରିଚାଳନା କରିଥିବା ବେଳେ ଏହାକୁ ନେଇ ଅଞ୍ଚଳରେ ଖୁବ ଆନନ୍ଦ ପ୍ରକାଶ ପାଇଛି । ପ୍ରତିମାସର ତୃତୀୟ ଶନିବାର ଦିନ ଏଠାରେ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ ।

Leave A Reply

Your email address will not be published.