ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ଓଡିଶା ସୂଚନା ସେବା ସଂଘ ତରଫରୁ ଗଭୀର ଶୋକ

0 2

ଭୁବନେଶ୍ୱର (ଶାସକ ପ୍ରଶାସକ) ବରିଷ୍ଠ ଆଇପିଏସ ଅଫିସର ତଥା ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ଓଡିଶା ସୂଚନା ସେବା ସଂଘ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ଡଃ. ପାଣିଗ୍ରାହୀଙ୍କର  କର୍ତ୍ତବ୍ୟନିଷ୍ଠା, ଜଣେ ସୁଲେଖକ ଭାବେ  ତାଙ୍କର ଲୋକପ୍ରିୟତା, ଉଭୟ ପ୍ରଶାସନିକ ଓ ସାରସ୍ବତ ଜଗତକୁ ପ୍ରେରଣା ଯୋଗାଉଥିଲା।  ତାଙ୍କର ବିୟୋଗ ସବୁ ମହଲରେ ଦୁଃଖ  ସଂଚାର କରିଛି ବୋଲି ସଂଘର କର୍ମକର୍ତ୍ତା ଓ ସଦସ୍ୟସଦସ୍ୟାମାନେ ପ୍ରକାଶ କରିବା ସହ  ସ୍ବର୍ଗତ ଅମରାତ୍ମାର ସଦ୍ଗତି କାମନା କରିଛନ୍ତି । ଏହି ଦୁଃଖଦ ସମୟରେ ଈଶ୍ବର ତାଙ୍କର ପରିବାର ଓ ଆତ୍ମୀୟସ୍ବଜନଙ୍କୁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ସୂଚନା ସେବା ସଂଘ ତରଫରୁ କାମନା କରାଯାଇଛି ।

Leave A Reply

Your email address will not be published.