ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କଲେ ଭଞ୍ଜନଗର ଉପଜିଲ୍ଲାପାଳ ।

0 2

ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା)  ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଜୁନ ୧୮ ତାରିଖ ଦିନ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଶୁଭାରମ୍ଭ କରିଛନ୍ତି। ବୁଗୁଡାକୁ ସବୁଜ ସହରରେ ପରିଣତ କରିବାକୁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବୁଗୁଡା ଏନଏସିର ଚିତ୍ର ନଗରରେ ପ୍ରଥମ ବୃକ୍ଷ ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ରୋପଣ କରି ଶୁଭାରମ୍ଭ କରିଥିଲେ। ଉପଜିଲ୍ଲାପାଳଙ୍କ ସହ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏନଏସି କନିଷ୍ଠ ଯନ୍ତ୍ରୀ ଇଂ ରୋସେନ କୁମାର ପ୍ରଧାନ, କାଳୀ ଚରଣ ରଥ , ବନ ବିଭାଗ କର୍ମଚାରୀ ପ୍ରଦୀପ କୁମାର ପରିଛା ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।

Leave A Reply

Your email address will not be published.