ନାବାଳିକା ଛାତ୍ରୀଙ୍କ ଅଶ୍ଲିଳ ଫଟୋ ଭାଇରାଲ କରି ଯୁବକ ଗିରଫ 

0 2

ବୁଗୁଡ଼ା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା)  ବୁଗୁଡ଼ା ଥାନା ଅଞ୍ଚଳର ଜୈନିକା ନାବାଳିକାଙ୍କ ଅଶ୍ଲିଳ ଫଟୋ ଭାଇରାଲ୍ କରିବା ଅଭିଯୋଗରେ ବୁଗୁଡ଼ା ପୋଲିସ ଗୁରୁବାର ଦିନ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି l ଗିରଫ ଯୁବକ ଜଣକ ହେଲେ ନୟାଗଡ଼ ଟାଉନର ସନ୍ତୋଷ କୁମାର ମହାରଣା । ଏନେଇ ବୁଗୁଡ଼ା ଥାନାରେ କେସ୍ ନଂ ୨୯୪/୨୧ ରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ନୟାଗଡର ଏକ କଲେଜରେ ନାବାଳିକା ଛାତ୍ରୀ ଜଣକ ଅଧ୍ଯୟନ କରୁଥିବା ବେଳେ ସନ୍ତୋଷ ମହାରଣା ସେହି ନାବାଳିକା ଜଣକ ସହ ପ୍ରେମ ସମ୍ପର୍କ ରଖିଥିଲେ । ପ୍ରାୟ ଦେଢ଼ ମାସ ପୂର୍ବେ ଖବର ଜାଣିବା ପରେ ପରିବାର ଲୋକେ ଝିଅକୁ ନୟାଗଡରୁ ନିଜ  ଘରକୁ ନେଇ ଆସିଥିଲେ । ଏମଧ୍ୟରେ ଝିଅକୁ ଅନ୍ଯତ୍ର ବିବାହ କରିବାକୁ ପରିବାର ଲୋକେ ଠିକ୍ କରିଥିବା ଖବର ସନ୍ତୋଷ ଜାଣିବା ପରେ ପ୍ରତିଶୋଧ ପରାୟଣ ହୋଇ ଝିଅର କେତେକ ଅଶ୍ଲିଳ ଫଟୋ ଭାଇରାଲ୍ କରିଥିଲେ। ଏପରିକି ଯେଉଁ ଯୁବକ ସହ ଝିଅର ବାହାଘର ଠିକ ହୋଇଥିଲା ସେହି ପୁଅ  ନିକଟକୁ ମଧ୍ୟ ଝିଅର ଅଶ୍ଳୀଳ ଫୋଟ ସନ୍ତୋଷ ପଠାଇ ଥିଲା । ଝିଅର ଅଶ୍ଳୀଳ ଫୋଟକୁ ସନ୍ତୋଷ ଭାଇରାଲ କରିଥିବା  ଜାଣିବା ପରେ ବୁଧବାର ଦିନ ଝିଅର ମାଆ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ବୁଗୁଡ଼ା ଥାନାର ଅତିରିକ୍ତ ଆଇଆଇସି ଶର୍ମିଷ୍ଠା ପ୍ରଧାନ ଘଟଣାର ତଦନ୍ତ କରି ଆଜି ସକାଳେ ନୟାଗଡରେ ଥିବା ସନ୍ତୋଷ କୁମାର ମହାରଣାକୁ ଗିରଫ କରି କୋର୍ଟକୁ ଚାଲାଣ କରିଛନ୍ତି।

Leave A Reply

Your email address will not be published.