ଧର୍ମପରାୟଣ ମହିଳାଙ୍କ ପରଲୋକ 

0

ପାଇକମାଳ: ପାଇକମାଳ ବ୍ଳକ ଅନ୍ତର୍ଗତ ମିଠାପାଲି ଗ୍ରାମର ଗୈାତିଆ ସ୍ୱର୍ଗତ ଭୂମିଧର ସାହୁଙ୍କ ବୋହୁ  ପାର୍ବତୀ ସାହୁଙ୍କ ସ୍ୱାସ୍ଥ୍ୟବସ୍ଥା ଦିର୍ଘ ଏକମାସ ହେଲା ଭଲ ନଥିଲା lଗତକାଲି ହଠାତ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଖରାପ ଆଡ଼କୁ ଗତି କରିବାରୁ ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ ପଦ୍ମପୁର ସରକାରୀ ଚିକିତ୍ସାଳୟ କୁ ଆଣିଥିଲେ | ହେଲେ ଡାକ୍ତର ତାଙ୍କୁ ସେଇଠି ମୃତ ଘୋଷଣା କରିଥିଲେ l ସ୍ୱର୍ଗତା ସାହୁ ହେଉଛନ୍ତି ଗୈାତିଆ ଘର ର ଦ୍ୱିତୀୟ ବହୂ lମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହେଉଥିଲା l ତାଙ୍କ  ପୁଅ କୁମୁଦ ରଞ୍ଜନ ସାହୁ ମୁଖାଗ୍ନି ଦେଇଥିଲେ | ମୃତ୍ୟୁବେଳକୁ ତାଙ୍କ ପାଖେ  ସ୍ୱାମୀ ଡୋଲାମଣୀ,ପୁତ୍ର କୁମୁଦ, ଝିଅ ଚନ୍ଦନା, କୁମୁଦିନୀ,ରୂପା ବଡ଼ ଜିଅ ଜ୍ବାଇଁ ପ୍ରବୀଣ (ପାପ୍ପୁ ) ଓ ଅନ୍ୟ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ | ଜଣେ ମିଷ୍ଟଭାଷୀ ପରୋପକାରୀ, ଧର୍ମପରାୟଣ ମହିଳା ଭାବେ ଜଣାଶୁଣା ସ୍ୱର୍ଗତା ସାହୁଙ୍କ ବିୟୋଗରେ  ମିଠାପାଲି ମୈାଜାର ଅଗଣିତ ଜନସାଧାରଣ ଗଭୀର ଶୋକ ପ୍ରକାଶ କରିଛନ୍ତି |l

Leave A Reply

Your email address will not be published.