ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଓଡ଼ିଶା ଛତିଶଗଡ଼ ସୀମାନ୍ତବର୍ତୀ ଶିକରିପାଲି ଗ୍ରାମ ରେ ଏକ ନିର୍ଜନ ନିଛାଟିଆ ସ୍ଥାନରେ ଏକ ଜୁଆଆଡ୍ଡା ଉପରେ ଜଗଦଲପୁର ଥାନା ଅଧିକାରୀ ବିରବର ଭଗତ ଙ୍କ ନେତୃତ୍ୱ ରେ ପୋଲିସ ଟିମ ଅତର୍କିତ ଚଢଉ କରି ୪ଜୁଆଡି ଙ୍କୁ ଗିରଫ କରିବା ଜଣାପଡିଛି।ଜୁଆଆଡ୍ଡା ରୁ ପୋଲିସ ନଗଦ ୩୨୦୦ଟଙ୍କା ସହ ଦୁଇ ଟି ବାଇକ ଏବଂ ଦୁଇଟି ମୋବାଇଲ ଫୋନ ଓ ଦୁଇ ସେଟ ତାସ ଜବତ କରିଥିବା ଜଣାପଡ଼ିଛି।ସଟଡାଉନ ଓ ଲକଡାଉନ ର ସୁଯୋଗ ନେଇ କେତେକ ଜୁଆଡି ଜୁଆଆଡ୍ଡା ଚଳାଇଥିବା ନେଇ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ଥାନା ଅଧିକାରୀ ବିରବର ଭଗତ ଙ୍କ ନେତୃତ୍ୱ ରେ ଜଗଦଲପୁର ପୋଲିସ ଟିମ ଉକ୍ତ ନିର୍ଜନ ନିଛାଟିଆ ସ୍ଥାନ କୁ ଅତର୍କିତ ଚଢଉ କରିଥିଲେ।ଘଟଣା ସକ୍ରାନ୍ତ ରେ ଜଗଦଲପୁର ଥାନା ରେ କେସ ନ୫୭/୨୦୨୧ଏକ ମାମଲା ରୁଜୁ ହୋଇଛି।ଜୁଆଆଡ୍ଡା ରୁ ଗିରଫ ହୋଇଥିବା ଜୁଆଡି ମାନେ ହେଲେ ରାମବିଳାସ ଓଗ୍ରେ ,ଜୟରାମ କଲେତ,ଉଷତ ୟାଦବ, ପୁରୁଷୋତ୍ତମ ଜଗତ ଏହି ଜୁଆଡି ମାନେ ସମସ୍ତେ ଛତିଶଗଡ଼ ବସନା ଥାନା ପରଗଲା ଗ୍ରାମ,ପଠିଆପାଲି ଗ୍ରାମ ର ଅଟନ୍ତି ବୋଲି ଥାନା ଅଧିକାରୀ ଶ୍ରୀ ଭଗତ ସୂଚନା ଦେଇଛନ୍ତି।ଜଗଦଲପୁର ଥାନା ପରିସର ଭୁକ୍ତ କୌଣସି ଅଞ୍ଚଳ ରେ ଜୁଆଖେଳ ଚାଲିଥିବା ନେଇ ଖବର ପହଞ୍ଚିବା ମାତ୍ରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଆଗାମୀ ଦିନରେ ଏହି ଅଭିଯାନ କୁ ଆହୁରି ବ୍ୟାପକ କରାଯିବ ବୋଲି ଜଗଦଲପୁର ଥାନା ଅଧିକାରୀ ଶ୍ରୀ ଭଗତ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.