ଇନ୍ଦ୍ରମଣି ତ୍ରିପାଠୀ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ  ନିର୍ଦ୍ଦେଶକ

0 2

ଓଡିଶା ପ୍ରଶାସନିକ ସେବା ଅଧିକାରୀ ସ୍ତରରେ ଛୋଟ ଅଦଳବଦଳ  

Sri Indramani Tripathy

ଭୁବନେଶ୍ୱର (ଶାସକ ପ୍ରଶାସକ) :ସମ୍ପ୍ରତି ସାଧାରଣ ପ୍ରଶାସନ ଓ  ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଥିବା ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଆଜି ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର | ସାଧାରଣ ପ୍ରଶାସନ ଏ ପକ୍ଷରୁ ଆଜି ଏଥିନେଇ ବିଜ୍ଞପ୍ତି ପ୍ରକାଶ ପାଇଛି |  ସୂଚନାଯୋଗ୍ୟ ଯେ  ଗତକାଲି ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ପଦରୁ ଶ୍ରୀ କୃପାସିନ୍ଧୁ ମିଶ୍ର ଅବସର ନେବାପରେ  ସୂଚନା ଓ ଲୋକ ସମ୍ପର୍କ ସେବାର ବରିଷ୍ଠ ଅଧିକାରୀ ତଥା ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ନିରଞ୍ଜନ ସେଠିଙ୍କୁ କାର୍ଯ୍ୟବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଅର୍ପଣ କରାଯାଇଥିଲା |

ସେହିପରି ବରିଷ୍ଠ ଓଏଏସ ଅଫିସର ମନୋଜ ମହାନ୍ତିଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଜୟ ଦାଶଙ୍କୁ ଇଡ୍‌କୋରେ ମୁଖ୍ୟ ମହା ପ୍ରବନ୍ଧକ (ଜମିଜମା) ଭାବେ, ତୁଷାରକାନ୍ତ ମହାନ୍ତିଙ୍କୁ ନିର୍ଦ୍ଦେଶକ, ଲ୍ୟାଣ୍ଡ ରେକର୍ଡସ  ଭାବେ ଓ  ରତ୍ନାକର ସାହୁଙ୍କୁ ଅତିରିକ୍ତ ଜିଲ୍ଲାପାଳ, ନବରଙ୍ଗପୁର ଭାବେ ଅବସ୍ଥାପିତ କରାଯାଇଛି | ସେହିପରି ସରୋଜ କୁମାର ସ୍ୱାଇଁଙ୍କୁ  ପୁରୀ ମୁନିସିପାଲିଟିର ଏକଜେକ୍ୟୁଟିଭ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି | 

Leave A Reply

Your email address will not be published.