ଆପ୍ ଗଜପତି ଜିଲ୍ଲା ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅକ୍ସି ମିଟର ମାଧ୍ୟମରେ ଲୋକଙ୍କ ଅମ୍ଳଜାନ ସ୍ତର ଯାଞ୍ଚ୍ କାର୍ଯ୍ୟକ୍ରମ ଜାରି

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କୋରନାର ଦ୍ଵିତୀୟ ଲହରୀରେ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ଆପ୍ ଗଜପତି ଜିଲ୍ଲା ତରଫରୁ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନିର୍ଦ୍ଦେଶରେ ବିଭିନ୍ନ ସ୍ଥାନରେ ଅକ୍ସି ମିଟର ମାଧ୍ୟମରେ ଲୋକଙ୍କ ଅମ୍ଳଜାନ ସ୍ତର ଯାଞ୍ଚ୍ କାର୍ଯ୍ୟକ୍ରମ ଜାରି ରହିଛି। 

ପାରଳାଖେମୁଣ୍ଡି ପୌରପାଳିକାର ୱାର୍ଡ଼ ନଂ-୧୧ , କେରାଣ୍ଡି ପଞ୍ଚାୟତର ରାମ ସାଗର ଛକ ଓ ଦେବୀତି ଗ୍ରାମରେ ମୂଖ୍ୟତଃ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦଳ ତରଫରୁ ଲିଙ୍ଗରାଜ ପାଣିଗ୍ରାହୀ , ଲୋକନାଥ ଭୁକ୍ତା , ଶୈଳବାଳା ପଣ୍ଡା , ପନ୍ଦୁରୁ କୁମାର ପ୍ରମୁଖ ଏହି କୋରୋନା ମହାମାରୀ ସମୟରେ ଅକ୍ସିଜେନ ଯାଞ୍ଚ୍ କରିବା ସହିତ ଲୋକଙ୍କୁ ସଚେତନ କରିଥିଲେ ଏବଂ ଯେଉଁ ଲୋକଙ୍କ ଅମ୍ଳଜାନ ସ୍ତର କମ୍ ରହିଛି ଓ ଜ୍ଵର , ଥଣ୍ଡା , କାଶ ଥିବା ଜଣାପଡୁଛି ସେମାନଙ୍କୁ ଯଥାଶୀଘ୍ର କୋଭିଡ୍ ପରିକ୍ଷା କରିବା ନିମନ୍ତେ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.