ଚନ୍ଦ୍ରଗିରିରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦିନକୁ ଦିନ ଭାରତବର୍ଷରେ କରୋନାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । କରୋନାର ଦ୍ୱିତୀୟ ଲହରୀ ମାରତ୍ମକ ହୋଇଥିବାରୁ ଦେଶରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବା ସହ ଲୋକଙ୍କ ଅକାଳ ବିୟୋଗ ଘଟୁଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶ କ୍ରମେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରିଣୀ ଡ. ନମିତା ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ୨ଦିନ ଧରି ଚନ୍ଦ୍ରଗିରି ପଞ୍ଚାୟତ ସମେତ ରାଉତ ସାହି , ପାତ୍ର ସାହି , ନୂଆଁ ସାହି , ନାୟକ ସାହି , ନଡ଼ିଆ ସାହି , ହରିଜନ ସାହି , ହାଟପଦା , ନୀଳକଣ୍ଠ ନଗର ଆଦି ବିଭିନ୍ନ ସାହିର ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସ୍କାନିଙ୍ଗ , ଜ୍ଵର , କାଶ , ଥଣ୍ଡା , ଅକ୍ସିଜେନ ପରୀକ୍ଷା କରିଥିଲେ। 

ସ୍ୱାସ୍ଥ୍ୟ ସୁପରଭାଇଜର ବଳରାମ ସେଠୀ , ପରିକ୍ଷୀତ ଦଳେଇ , ସ୍ୱାସ୍ଥ୍ୟକର୍ମୀ ରଘୁନାଥ ବେହେରା , ସନ୍ତୋଷ ଦଳେଇ , ସୁବାସ ବେହେରା , ଆଶାଦିଦି ସରୋଜିନୀ ଗୌଡ , ପ୍ରମିଳା ପୂଜାରୀ , ପ୍ରଭାପାଣି , ଶାନ୍ତି ମହାପାତ୍ର , ସୁନିତା ଶତପଥୀଙ୍କ ନେତୃତ୍ଵରେ ୨ ଦିନରେ ମୋଟ ୯୬୦ ଜଣଙ୍କୁ ବିଭିନ୍ନ ପରୀକ୍ଷା କରିଥିଲେ। ତତ୍ ସହିତ ମାସ୍କ ପିନ୍ଧିବା , ସାମାଜିକ ଦୂରତା ରକ୍ଷା କରିବା , ହାତକୁ ସାବୁନରେ ବାରମ୍ଵାର ଧୋଇବା , ବାହାର ଲୋକ ଗ୍ରାମରେ ପ୍ରବେଶ କଲେ ପ୍ରଶାସନକୁ ଅବଗତ କରିବା ସଂପର୍କରେ ଲୋକଙ୍କୁ ସଚେତନ କରାଇଥିଲେ।

Leave A Reply

Your email address will not be published.