ବୁଗୁଡା : ଅଙ୍ଗନୱାଡ଼ି କର୍ମୀଙ୍କ ଅସହଯୋଗ, ଆଗେଇ ପାରୁନି ଘରକୁ ଘର ସ୍ୱାସ୍ଥ୍ୟ ଯାଞ୍ଚ !

0 2

ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) : କେନ୍ଦ୍ର ଓ ରାଜ୍ୟ ସରକାର, ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନ କରୋନାର ଦ୍ଵିତୀୟ ଲହରକୁ ରୋକିବା ପାଇଁ ଘରକୁ ଘର ବୁଲି ପଲସ ଅକ୍ସି ମିଟର ଟେଷ୍ଟିଙ୍ଗ ଓ ଥର୍ମାଲ ସ୍କାନିଂ ଉପରେ ଗୁରୁତ୍ୱ ଦେଇ ସ୍ୱାସ୍ଥ୍ୟ ବିଭାଗ କର୍ମୀ, ଆଶା କର୍ମୀ ଓ ଅଙ୍ଗନୱାଡ଼ି କର୍ମୀ ଏହିକାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ହେଲେ ଅଙ୍ଗନୱାଡ଼ି କର୍ମୀମାନେ ସେମାନଙ୍କ କିଛି ଦାବୀ ନେଇ ଅସହଯୋଗ କରିବାକୁ ଲିଖିତ ଭାବେ ଜଣାଇଥିଲେ। କିଛିଦିନ ପୂର୍ବେ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟରେ ଯୋଗଦେବାକୁ ସମ୍ମତି ପ୍ରଦାନ କରିଥିଲେ। ବର୍ତ୍ତମାନ ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ବ୍ଲକ ଓ ଏନଏସିରେ ସମସ୍ତ ଅଙ୍ଗନୱାଡ଼ି କର୍ମୀମାନେ ଘରକୁ ଘର ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟ କରୁଥିବା ବେଳେ ବୁଗୁଡା ବ୍ଳକ ଓ ଏନଏସି ରେ ୨୫ ଜଣ ଅଙ୍ଗନୱାଡ଼ି କର୍ମୀ ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଅନ୍ୟ ଅଙ୍ଗନୱାଡ଼ି ସଂଗଠନର ସଭାନେତ୍ରୀ ଓ ସମ୍ପାଦକ ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟ କରିବେ ନାହିଁ ବୋଲି ସିଡିପିଓଙ୍କୁ ଜଣାଇ ଦେଇଛନ୍ତି। ବର୍ତ୍ତମାନ ବୁଗୁଡା ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଘରକୁ ଘର ସ୍ଵାସ୍ଥ୍ୟ ଯାଞ୍ଚ କାର୍ଯ୍ୟ ଆଗେଇ ପାରୁନାହିଁ। ଯାହା ଫଳରେ ବହୁ ମୂଲ୍ୟବାନ ଜୀବନ ଚାଲି ଯାଉଥିବା ଜଣାପଡିଛି। ଏହିପରି ସ୍ଥଳେ ଘରକୁ ଘର ସ୍ୱାସ୍ଥ୍ୟ ଯାଞ୍ଚ ପରେ ଚିହ୍ନଟ ବ୍ୟକ୍ତିଙ୍କ କୋଭିଡ ଟେଷ୍ଟ କରାଯାଇ ଉପଯୁକ୍ତ ଚିକିତ୍ସା ହୋଇ ପାରିଲେ ମୂଲ୍ୟବାନ ଜୀବନ ରକ୍ଷା ହୋଇପାରନ୍ତା। ବୁଗୁଡା ସହର ବର୍ତ୍ତମାନ କରୋନାର ଉଗ୍ରସ୍ଥଳୀ ପାଲଟିଥିବା ବେଳେ ଆଜି ରଘୁନାଥ ସାହି ଅଙ୍ଗନୱାଡ଼ି କେନ୍ଦ୍ର ଅଞ୍ଚଳରେ ସିଡିପିଓ ରଞ୍ଜିତା ତ୍ରିପାଠୀ, ସୁପଭାଇଜର ଜି. ରଶ୍ମି , ଅଙ୍ଗନୱାଡ଼ି କର୍ମୀ ସନ୍ଧ୍ୟାରାଣୀ ନାୟକ, ଆଶା କର୍ମୀ ବୁଲି ସେଠୀ ଓ ଏନଏସି କର୍ମଚାରୀ ଜଗଦୀଶ ପଣ୍ଡା ଙ୍କ ମିଳିତ ଚେଷ୍ଟା ଯୋଗୁଁ ସ୍ୱାସ୍ଥ୍ୟ ଯାଞ୍ଚ ବହୁତ ଆଗେଇଥିବା ଜଣାପଡିଛି। ପ୍ରଶାସନ ତୁରନ୍ତ ସମସ୍ତ ଅଙ୍ଗନୱାଡ଼ି କର୍ମୀ ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟ ରେ ଯେପରି ନିୟୋଜିତ ହେବେ ଚେଷ୍ଟା କରନ୍ତୁ। ନତୁବା ସ୍ଵାସ୍ଥ୍ୟ ଯାଞ୍ଚ କାର୍ଯ୍ୟ ଆଗେଇ ନେବାପାଇଁ ଅନ୍ୟ ବ୍ୟବସ୍ଥା କରନ୍ତୁ। ଯେହତୁ ବୁଗୁଡା ବ୍ଳକ ଓ ଏନଏସି ରେ ବହୁ ସଂଖ୍ୟକ ଲୋକ ଥଣ୍ଡା, କାଶ ଓ ଜ୍ବରରେ ପୀଡିତ ହୋଇ କରୋନା ଲକ୍ଷଣ  ଥିବା ବେଳେ ସେମାନଙ୍କ କୋଭିଡ଼ି ଟେଷ୍ଟ ହୋଇପାରୁନାହିଁ। ପ୍ରଶାସନ ତୁରନ୍ତ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ  ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

Leave A Reply

Your email address will not be published.