ସମ୍ବଲପୁର ଜିଲ୍ଲାରେ ଥିବା କୋଭିଡ୍ ହସ୍ପିଟାଲ୍ ଭିତିଭୂମିର ଉନ୍ନତି ପାଇଁ ହିଣ୍ଡାଲକୋର ସହାୟତା

0

୫୦ ଗୋଟି ଜୁମ୍ବୋ ଅକ୍ସିଜେନ୍ ସିଲିଣ୍ଡର, ୨୦ ଗୋଟି ଅକ୍ସିଜେନ୍ କନ୍ସେଟ୍ରେଂଟର, ୫ ଗୋଟି ଆଇସିୟୁ ଶଯ୍ୟା ପ୍ରଦାନ 

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲାରେ ଥିବା କୋଭିଡ୍ ହସ୍ପିଟାଲ୍ଗୁଡ଼ିକରେ ରୋଗୀଙ୍କୁ ଉତମ ସେବା ଯୋଗାଇ ଦେବା ପାଇଁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ସିଲିଣ୍ଡର ଓ ଅକ୍ସିଜେନ୍ କନ୍ସେଟ୍ରେଂଟରର ଆବଶ୍ୟକତା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନର ଅନୁରୋଧକ୍ରମେ ହିଣ୍ଡାଲ୍କୋ ସିଏସ୍ଆର୍ ତରଫରୁ ସମୁଦାୟ ୫୦ ଗୋଟି ଜୁମ୍ବୋ ଅକ୍ସିଜେନ୍ ସିଲିଣ୍ଡର, ୨୦ ଗୋଟି ଅକ୍ସିଜେନ୍ କନ୍ସେଟ୍ରେଂଟର, ୫ ଗୋଟି ଆଇସିୟୁ ଶଯ୍ୟା ଏବଂ ୨୦୦୦ଟି ଆଂଟିଜେନ୍ ଟେଷ୍ଟ କିଟ୍ ଜିଲ୍ଲାର ସହର ହସ୍ପିଟାଲ୍ ଏବଂ ଭିମ୍ସାରରେ ଥିବା କୋଭିଡ୍ ହସ୍ପିଟାଲଗୁଡିକ ପାଇଁ ପ୍ରଦାନ କରାଯାଇଅଛି ।

ସମ୍ବଲପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ବୁର୍ଲାର ଭିମ୍ସାରର ବରିଷ୍ଠ  ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ଉପକରଣଗୁଡ଼ିକ ହିଣ୍ଡାଲ୍କୋର ଅଧିକାରୀଙ୍କ ଦ୍ୱାରା ହସ୍ତାନ୍ତର କରାଯାଇଥିଲା ।

ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ହିଣ୍ଡାଲକୋ ଏହାର ପରିପାର୍ଶ୍ଵିକ  ଗ୍ରାମ ଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା ଉପାର୍ଜନ ପନ୍ଥା ସୃଷ୍ଟି ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ଆଦି କ୍ଷେତ୍ରରେ ଏହାର ସିଏସଆର କାର୍ଯ୍ୟକଳାପ କାର୍ଯ୍ୟକାରୀ କରିବାରେ ଗଭୀର ଭାବରେ ନିୟୋଜିତ ଅଛି ଏବଂ ସାମାଜିକ ପ୍ରସଙ୍ଗଗୁଡିକର ସମାଧାନ ଦିଗରେ ମଧ୍ୟ କାର୍ଯ୍ୟ କରୁଛି । ଏହାଦ୍ୱାରା ସମ୍ବଲପୁର ଜିଲ୍ଲା ଅଧିବାସୀ ଉପକୃତ ହେଉଛନ୍ତି ।

 

Leave A Reply

Your email address will not be published.