କରୋନା ଆକ୍ରାନ୍ତଙ୍କୁ ପଦ୍ମପୁର ଚିକିତ୍ସାଳୟରେ ଉପେକ୍ଷା , ଗଛମୂଳେ ରାତି କାଟିଲେ କରୋନା ଆକ୍ରାନ୍ତ !

0

କରୋନା ଆକ୍ରାନ୍ତ ଙ୍କ ଚିକିତ୍ସା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି କୋଭିଡ଼ ହସପିଟାଲ ତଥା କୋଭିଡ଼ କେୟାର ସେଣ୍ଟର ଖୋଲୁଛନ୍ତି ।ହେଲେ କିଛି ଅଧିକାରୀ ଙ୍କ ଖାମଖିଆଲି ମନୋଭାବ ଯୋଗୁଁ କୋଭିଡ଼ ଆକ୍ରାନ୍ତ ମାନେ ଚିକିତ୍ସିତ ହେବାରୁ ବଂଚିତ ହେବା ସହ ବହୁ ଅସୁବିଧା ଭୋଗୁଛନ୍ତି । ରାତି ସାରା ପଦ୍ମପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପରି ସରରେ ଥିବା ବରଗଛ ମୂଳେ ବସି ରହିଲେ କୋଭିଡ ସଂକ୍ରମିତ ଆଙ୍ଗନୱାଡି କର୍ମି । ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଅଏଁଲାଭଟା ଗ୍ରାମ ର ଜଣେ ଆଙ୍ଗନୱାଡି କର୍ମିଙ୍କର କିଛି ଆଗରୁ ଗୋଡ ଭାଙ୍ଗି ଜାଇଥିଲା । ଗତ ଦୁଇ ଦିନ ଆଗରୁ ତାଙ୍କୁ ଜ୍ବର ହେଉଥିଲା ଏବଂ ଗତକାଲି ରାତିରେ ବିଶେଷ ଅସୁସ୍ଥ ହେବାରୁ ତାଙ୍କୁ ପଦ୍ମପୁର ମୁଖ୍ୟ ଚିକିତ୍ସାଳୟ କୁ ଆସିଥିଲେ।  ତାଙ୍କର ତାଙ୍କର କୋଭିଡ ପୋଜିଟିଭ ବାହାରିଥିଲା । ଏହା ପରେ କିନ୍ତୁ ତାଙ୍କୁ କୋଭିଡ କେୟାର ସେଣ୍ଟର କି ହୋମ ଆଇସୋଲେସନ ପାଇଁ ଘରକୁ ଜିବା କୁ ନ କହି ଡାକ୍ଟର ଆସିବା ଜାଏଁ ଅପେକ୍ଷା କରିବା ପାଇଁ କହିଥିବା ବେଳେ ସାରା ରାତି କୋଭିଡ ସଙ୍କ୍ରମିତ ତାଙ୍କ ସ୍ୱାମି ଙ୍କ ସହ ଡାକ୍ତରଖାନା ପରିସରରେ ଥିବା ଗଛ ତଳେ ବସି ରାତି କାଟି ଥିବା ଅଭିଯୋଗ କରିଛନ୍ତି । ଗୋଟିଏ ପଟେ ସରକାର ଅଙ୍ଗେନୱାଡି ମାନଙ୍କୁ କରୋନା ଯୋଦ୍ଧା ଙ୍କର ମାନ୍ୟତା ଦେଇଥିବା ବେଳୈ ତାଙ୍କ ସହ ଏପରି ବ୍ୟବହାର କେତେ ଦୁର ଠିକ ତାକୁ ନେଇ ବର୍ତମାନ ଚର୍ଚ୍ଚା ଯୋର ଧରିଛୀ ।

Leave A Reply

Your email address will not be published.