ସାଉଦି ଆରବରୁ ଅକ୍ଷୟଙ୍କ ମରଶରୀର ଫେରାଇ ଆଣିବାକୁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ 

0

Assam: Baijayant Jay Panda Arrives Ahead of Assembly Polls - Pratidin Time

ଭୁବନେଶ୍ବର : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ସାଉଦି ଆରବରୁ ଅକ୍ଷୟ କୁମାର ଧୀରଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ସାଉଦି ଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ବଳରାମପୁର ତାଳଗଡ ଅନ୍ତର୍ଗତ କୁସୁନପୁର ଗ୍ରାମର ଅକ୍ଷୟ କୁମାର ଧୀର ସାଉଦି ଆରବରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଗତ ୧୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପତ୍ନୀ କଳ୍ପନା ଧୀର ଜାଣିବାକୁ ପାଇଥିଲେ। କମ୍ପାନୀ କତୃପକ୍ଷ ମରଶରୀର ହସ୍ତାନ୍ତର ପାଇଁ ଆବଶକୀୟ ଦସ୍ତାବିଜ ଭାରତର ବୈଦେଶିକ ମନ୍ତ୍ରଣାଳୟରୁ ମଗାଇଥିବା ବେଳେ କଳ୍ପନା ଧୀର ପ୍ରକୃତ ହିତାଧିକାରୀ କି ନାହିଁ ଜାଣିବାକୁ ଚାହିଁଥିଲେ । ସ୍ଥାନୀୟ ପ୍ରଶାସନ ପାଖରେ ପହଞ୍ଚି ନିଜର ଦାବୀ ଜଣାଇବା ପାଇଁ ସାଉଦି ଆରବ ଯାଇପାରୁନଥିବାରୁ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। କଳ୍ପନାଙ୍କ ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଗତ କାଲି ଏକ ପତ୍ର ଲେଖି ମରଶରୀରକୁ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି।

Leave A Reply

Your email address will not be published.