ଶିକ୍ଷକ ପ୍ରଦୀପ ଭୋଇ ଙ୍କ ବିଯୋଗରେ ଶିକ୍ଷକ ସଂଘର ଶୋକ

0

ଅଗ୍ରାଧିକାର ଭିତ୍ତିରେ ଟିକାକରଣ ସହ କରୋନା ଯୋଦ୍ଧା ଭାବରେ ଶୀଘ୍ର ଘୋଷଣା କରିବାକୁ ସଂଘର ଦାବି 

ପଦ୍ମପୁର-କରୋନା ଯୁଦ୍ଧ ରେ ଜାଗ୍ରତ ପ୍ରହରୀ ରୂପେ ଲଢ଼େଇ କରି ପଦ୍ମପୁର ଅନ୍ତର୍ଗତ କଦଳୀମୁଣ୍ଡା ବିଦ୍ୟାଳୟ ର ଶିକ୍ଷକ ପ୍ରଦୀପ କୁମାର ଭୋଇ ଙ୍କ (୩୬) ଜୀବନ ପ୍ରଦୀପ ଲିଭି ଯାଇଛି। ନିଜ ଗାଁ ଗମ୍ଭାରୀଡିହିଠାରେ ଆରଆରଟି ଯୋଗଦେଇ ଘରକୁ ଘର ବୁଲି କରୋନା ପାଇଁ ସଚେତନ କରାଉଥିବା ବେଳେ ନିଜେ କରୋନା ରେ ସଂକ୍ରମଣର ଶିକାର ହୋଇ ଚିକିତ୍ସିତ ହେଉଥିବା ସମୟରେ ଲଢ଼େଇ ରେ ହାରି ଯାଇଥିଲେ।ତାଙ୍କ ବିଯୋଗରେ ପଦ୍ମପୁର ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଶୋକ  ପ୍ରକାଶ କରାଯାଇଛି। ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆର ଆର ଟି,କନ୍ଟ୍ରୋଲରୁମ ତଥା ଡାକ୍ତରଖାନାରେ ଆଗଧାଡିର ଯୋଦ୍ଧା ଭାବରେ କାମ କରୁଥିଲେ ମଧ୍ୟ କୌଣସି ସରକାରୀ ସୁବିଧା ନାହିଁ। ଏପରିକି ଅଗ୍ରାଧିକାର ଭିତ୍ତିରେ ଟିକା କରଣ ମଧ୍ୟ କରାଯାଉନ ଥିବାରୁ ସଂଘ ସଭାପତି ସଦାନନ୍ଦ ପୁରୋହିତ ଦୁଃଖ ପ୍ରକାଶ କରିବା ସହିତ ଅଗ୍ରାଧିକାର ଭିତ୍ତିରେ ଟିକାକରଣ ସହ କରୋନା ଯୋଦ୍ଧା ଭାବରେ ଶୀଘ୍ର ଘୋଷଣା କରିବା ପ୍ରଶାସନ ଠାରେ ପାଇଁ ଦାବି କରିଛନ୍ତି।  ତାଙ୍କ ବିଧବା ପତ୍ନୀ, ଦେଢ଼ ବର୍ଷର ଝିଅ ଓ ବୁଢ଼ୀ ଆଈ ଙ୍କ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଶିକ୍ଷକ ଲଲିତ କୁମାର ଦାଶ,ସଞ୍ଜବ କୁମାର ବାରିକ, ସୁବାଷ ଚନ୍ଦ୍ର ନାଥ, ବିଶ୍ଵନାଥ ଯୋଷି,ବାବୁଲୁ ପାଣିଗ୍ରାହୀ ପ୍ରଭୃତି ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଦାବି କରିବା ସହ ତାଙ୍କ ଅମର ଆତ୍ମାର ସତ୍ ଗତି କାମନା କରିଛନ୍ତି।

Leave A Reply

Your email address will not be published.