କଳାହାଣ୍ଡି /ତୁଳମଣି ନାଗ:କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ସାନ ଖାଇରମାଲ୍ ଗ୍ରାମର ଖିତି ଗଉଡଙ୍କ ନାବାଳକ ପୁଅ ସୁଦାମ ଗଉଡ ବୟସ (୧୫) ସେ ୦୪ ତାରିଖ ରାତିରୁ ନିଖୋଜ ଥିଲା । ୦୬ ତାରିଖ ସକାଳେ ନାବାଳକ ର ମୃତ ଦେହ ନିଜ ଗାଁ ବିଲରେ ପଡିରହି ଥିବା ଗ୍ରାମ ବାସୀ ଦେଖି ଥିଲେ। ସେଠାରେ ଖିତୀ ଗଉଡ ଶବକୁ ନିଜ ପୁଅର ଶବ ବୋଲି ଚିହ୍ନଟ କରି ସଦର ଥାନା ଅଧିକାରୀ ପ୍ରଦିପ ଧରୁଆଙ୍କୁ ଜଣାଇଥିଲେ। ଘଟଣା ସ୍ଥଳକୁ ସଦର ପୋଲିସ୍ ପହଞ୍ଚି ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ। ଆଜି ସକାଳୁ କଳାହାଣ୍ଡି SP ଶ୍ରବଣା ବିବେକ ଏମ୍ ଙ୍କ ନିର୍ଦେଶ କ୍ରମେ ସଦର ଥାନା ଅଧିକାରୀ ଶ୍ରୀ ପ୍ରଦୀପ ଧାରୁଆ ଙ୍କ ନେତୃତ୍ୱରେ ପୋଲିସ୍ ଟିମ୍ ସାନ ଖାଇରମାଲ ଗ୍ରାମକୁ ଜାଇ । ଖିତି ଗଉଡ ଙ୍କ ନାବାଳକ ପୁଅ ଙ୍କ ହତ୍ୟା କରି । ଲଖି ଗଉଡଙ୍କ ପୁଅ ଶିଶୁ ଗଉଡ ବୟସ (୪୦ )ଙ୍କୁ ଆଜି ସକାଳୁ ଗିରଫ କରି ହାତକଡ଼ି ପିନ୍ଧାଇଛି ସଦର ପୋଲିସ୍। ହତ୍ୟାରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରି ସଦର ଥାନା କୁ ଆଣିଛି ପୋଲିସ | ହତ୍ୟାକାରୀ ଶିଶୁ ଗଉଡ ନିଜେ ତାଙ୍କ ସମ୍ପର୍କୀୟ ଭାଇ ସୁଦାମ ଗଉଡଙ୍କୁ ହତ୍ୟା କରିଥିବା ସ୍ଵୀକାର କରିଛି ।
Sign in
Sign in
Recover your password.
A password will be e-mailed to you.