ନିଜ ଘରେ ନିଜେ ସୁରକ୍ଷିତ ନୁହଁନ୍ତି ; ମା ‘ ଝିଅ , ନ୍ୟାୟ ପାଇଁ ବାର ଦ୍ଵାର ସୁଣ୍ଡିପିଣ୍ଡା ହେବାକୁ ପଡୁଛି।

0 1

ଭଦ୍ରକ/ ସତ୍ୟଭୂଷଣ ସ୍ୱାମୀ ; ଆଜିବି ବହୁ ପରିବାର ନିଜ ଘରୋଇ ହିଂସାରେ ପେଶୀ ହେଉଛନ୍ତି ,ଯାହା ବାହାରକୁ ଜଣା ପଡେନାହିଁ କିନ୍ତୁ ଅନେକ ସମସ୍ୟା ପରିବାର ମଧ୍ୟରେ ସୃଷ୍ଟି ହୋଇଥାଏ। ଏପରି ଏକ ଘଟଣା ଭଦ୍ରକ ସହରରେ ଘଟିଛି। ନିଜ ଘରେ ମା ‘ ଝିଅ ସୁରକ୍ଷିତ ନଥିବା ଅଭିଯୋଗ ଥାନା ଠାରୁ ଆରମ୍ଭ କରି ଏସପି ଓ ଜିଲ୍ଲାପାଳଙ୍କ ନିକଟରେ ହୋଇ ଆସୁଥିଲେ ହେଁ ସେମାନଙ୍କ କଥା କେହି ଶୁଣୁ ନଥିବା ଅଭିଯୋଗ ହୋଇଛି। ଖବରରୁ ଜଣାଯାଏ କି ଭଦ୍ରକ ପୌରପାଳିକା ଅଧିନସ୍ଥ କୁଆଁସ, କରସାହିର ବାସିନ୍ଦା ଭାସ୍କର ପଣ୍ଡାଙ୍କ ପତ୍ନୀ ପ୍ରତିଭା ପଣ୍ଡା ଓ ତାଙ୍କ ଝିଅ ବିଜୟଲକ୍ଷ୍ମୀ ପଣ୍ଡା ନିଜ ଘରେ ନିଜେ ଅସୁରକ୍ଷିତ ଥିବା ଅଭିଯୋଗ ଆଣିଛନ୍ତି। ଅବସରପ୍ରାପ୍ତ ଭାସ୍କର ପଣ୍ଡା ଏବେ ପେନସନ ପାଉଛନ୍ତି, ଯାହା ତାଙ୍କ ପତ୍ନୀଙ୍କୁ ସେଥିରୁ ଚଳିବାକୁ ଦିଆଯାଉନାହିଁ। ତାଙ୍କ ପୁଅ ଓ ବହୁ ତାଙ୍କୁ ଓ ତାଙ୍କ ଝିଅକୁ ମାନସିକ,ଆର୍ଥିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଉଭୟ ଅଭିଯୋଗ ଆଣିଛନ୍ତି । ନିଜ ଘରେ ସେମାନଙ୍କୁ ଚଳିବା ପାଇଁ ଘୋର ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି। ପୁଅ ,ବହୁ ତାଙ୍କ ସ୍ଵାମୀକୁ ଏକ ଘରେ ନଜର ବାନ୍ଧି ରଖିକି ତାଙ୍କ ପେନସନ ଟଙ୍କା ହଡ଼ପ କରୁଥିବା ବେଳେ ନାନା ପ୍ରକାରର ହଇରାଣ କରୁଛନ୍ତି ଓ ଜୀବନରୁ ମାରି ଦେବାକୁ ଧମକ ଚମକ ମଧ୍ୟ ଦେଉଛନ୍ତି। ଏପରି ଘଟଣା ବିଷୟରେ ଟାଉନ ଥାନାରୁ ଆରମ୍ଭ କରି ଜିଲ୍ଲାପାଳ ଓ ଏସପିଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି କିନ୍ତୁ ତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ କିଛି ସେମାନଙ୍କ ମାନସିକ ବିକୃତ ବୋଲି ସମାଲୋଚନା କରିଛନ୍ତି। ଫଳରେ ସେମାନେ ନ୍ୟାୟ ପାଇବାରେ ବଞ୍ଚିତ ହେଉଥିବା ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ଦୁଃଖ କାହାଣୀ ବଖାଳିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ତାଙ୍କ ଘରେ କିଛି ପୁଲିସ କର୍ମଚାରୀ ଭଡାରେ ରହିଥିଲେ ଏବଂ ତାଙ୍କ ପୁଅର ନିର୍ଦ୍ଧେଶରେ ସେମାନେ ମଧ୍ୟ ଉଭୟ ମା ଓ ଝିଅକୁ ବ୍ୟବହାର ଖରାପ କରିବା ସହିତ ଧମକ ଚମକ ଦେଉଥିଲେ,ଏହାପରେ ପୁଲିସର ହସ୍ତକ୍ଷେପ ଫଳରେ ସେମାନେ ଘର ଖାଲି କରି ପଳାଇ ଯାଇଥିଲେ ମଧ୍ୟ ଏବେବି ସେମାନେ ଅନ୍ୟ ସ୍ଥାନରେ ରହି ସେମାନଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏପରି ସମ୍ବେଦନଶୀଳ ଘଟଣା ବିଷୟରେ ପୋଲିସ ହସ୍ତକ୍ଷେପ କରି ସେମାନଙ୍କୁ ନ୍ୟାୟ ଦେବା ସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

 

କରୋନା ଲଢେଇରେ ଜିତିବା ଆମେ, ଜିତିବ ମାନବତା : ସଚେତନ ରୁହନ୍ତୁ,  ନିଜେ ସୁସ୍ଥ ରହି ଅନ୍ୟକୁ ସୁସ୍ଥ ରଖନ୍ତୁ

ନିବେଦକ : ଶାସକ ପ୍ରଶାସକ 

Leave A Reply

Your email address will not be published.