ସଟଡାଉନରେ ଔଷଧ ଦୋକାନରେ ବିକ୍ରୀ ହେଉଥିଲା ଗୁଟଖା ଓ ସିଗରେଟ, ଦୋକାନକୁ ସିଲ୍ କଲା ପ୍ରଶାସନ ।

0 2

ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ) : କରୋନା ମହାମାରିକୁ ନେଇ ଆଜି ଭଦ୍ରକରେ ପ୍ରଥମ ଦିନ ସଟ ଡାଉନ କରାଯାଇଥିଲା, ଏହି ଅବସରରେ ଭଦ୍ରକ ପୁଲିସ ସହରରେ ପୁରା ଚେକିଂ ବ୍ୟବସ୍ଥା କଡାକଡି କରିଥିଲା। ଏହି ସଟ ଡାଉନ ସମୟରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ଦିନଦୟାଲ ଔଷଧ ଦୋକାନରେ ନିଶା ଜିନିଷ ବିକ୍ରି ହେଉଥିବା ଖବର ପାଇ ପୁଲିସ ଚଢ଼ାଉ କରିଥିଲା । ଦୋକାନକୁ ସିଲ୍ କରିବା ସହିତ ୨୫ ହଜାର ଟଙ୍କା ଜୋରିମାନ ଓ ମାଲିକଙ୍କ ସମେତ ୨ ଜଣ କର୍ମଚାରୀଙ୍କୁ ଥାନାରେ ଅଟକ ରଖିଛି | ଆଜି ସପ୍ତାହନ୍ତ ସଟଡାଉନରେ ପ୍ରଶାସନ ଓ ପୋଲିସର ମିଳିତ ଏନଫୋର୍ସମେଣ୍ଟ ବେଳେ ଦୋକାନରେ ସାମାଜିକ ଦୂରତା ଉଲ୍ଲଂଘନ ଓ ନିଷା ସାମଗ୍ରୀ ବିକ୍ରୀ ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରଶାସନ |

 

Leave A Reply

Your email address will not be published.