ଜେଲ କର୍ମଚାରୀ ଙ୍କ ଅବହେଳା ଯୋଗୁଁ ସଜା କାଟୁଥିବା କଏଦୀ ଫେରାର : ପ୍ରଶ ଉଠୁଛି କେମିତି ବାହାରକୁ ଆସିଲା ହତ୍ୟା ଅଭିଯୁକ୍ତ !!!!

0

06-07-18-padam.jpg - 56.92 kB

ପଦ୍ମପୁର/ ନୀଳ ଦୀପ – ବରଗଡ଼ ଜିଲ୍ଲା ପଦ୍ମପୁର ଉପକାରାଗାର ରୁ ଗୁରୁବାର ଦିନ ପ୍ରାୟ ୧ ଘଣ୍ଟା ସମୟରେ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଝାଙ୍କରପାଲି ଗ୍ରାମର ଶ୍ରୀଯୁକ୍ତ ସଫେତ ବାଗ ଓରଫ ପେଟୁ ନାମକ କଏଦୀ ଫେରାର ମାରିଛନ୍ତି । ସୂଚନା ଅନୁସାରେ କଏଦୀ ଜଣକ ଏକ ମର୍ଡର କେସରେ ଗତ ଦୁଇ ମାସ ହେବ ସଜା କାଟୁଥିଲେ,ସେହି ଦିନ ତାଙ୍କୁ ବଗିଚା କାମ କରିବା ପାଇଁ କୁହାଯାଇଥିଲା,ସେହି ସମୟରେ ଜେଲର ଗେଟ ଖୋଲିଥିବା ଦେଖି ସେ  ଫେରାର ହୋଇଥିଲେ। ଅଳ୍ପ କମ ଦିନ ଭିତରେ କିପରି ଜେଲ କର୍ମଚାରୀ ମାନେ ଜଣେ ମର୍ଡର କେସରେ ସଜାକାଟୁଥିବା କଏଦୀଙ୍କୁ ସେଲରୁ ବାହାରକୁ ଛାଡିଥିଲେ ଏହା ଲୋକଙ୍କ ମନରେ  ଏକ ବଡ଼ ପ୍ରଶ୍ନ ସୄଷ୍ଟି କରିଛି । ସେ ଫେରାର ହେବାର ଦୀର୍ଘ ସମୟ ପରେ ସନ୍ଧ୍ୟା ପ୍ରାୟ ୯ ଘଣ୍ଟା ସମୟରେ ପଦ୍ମପୁର ଉପ କାରାଗାର ପକ୍ଷରୁ ପଦ୍ମପୁର ଥାନାରେ କେସ ନମ୍ବର ୧୧୯/୨୦୧୮ରେ ଏକ ଲିଖିତ ଅଭିଯୋଗ କରାଯାଇଛି ।ଅଭିଯୋଗ ଅନୁସାରେ କଏଦୀକୁ ଖୋଜା ଚାଲିଥିବା ପଦ୍ମପୁର ଥାନାଧିକାରୀ କେ ପ୍ରିୟଙ୍କା ରାଉତ ରାଏ ପ୍ରକାଶ କରିଛନ୍ତି । ଦିନ ଦ୍ବିପହରରେ ଜଣେ ସଜା କାଟୁଥିବା କଏଦୀ ଫେରାର ହେବା କଥା ପୂର୍ବ ପ୍ରସ୍ତୁତ ଷଡଯନ୍ତ୍ର କି ବୋଲି ସାଧାରଣରେ ଚର୍ଚ୍ଚା ଯୋର ଧରିଛି । ଏ ବିଷୟରେ ପଦ୍ମପୁର ଜେଲର ସୌମ୍ୟରନ୍ଦ୍ର ଦେହୁରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ହୋଇପାରିନଥିଲା ।

Leave A Reply

Your email address will not be published.