ତିଲେଶ୍ୱର ରେ ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

0

ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ଦ୍ୱାରା ପ୍ରାୟୋଜିତ ଏବଂ ତିଲେଶ୍ୱର ସେବା ସମବାୟ ସମିତି ସହଯୋଗ ରେ ତିଲେଶ୍ୱର ପଂଚାୟତ ଅନ୍ତର୍ଗତ ଶ୍ରୀ ଶ୍ରୀ ବାବା ଗୁପ୍ତେଶ୍ୱର ମନ୍ଦିର ବୁରୁବୁଡ଼ା (ତିଲେଶ୍ୱର) ଠାରେ ଶୁକ୍ରବାର ଦିନ ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ ଓ କୃଷକ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇ ଯାଇଛି । ତିଲେଶ୍ୱର ସେବା ସମବାୟ ସମିତି ଲିଃ. ଋ ସଭାପତି ଦୁଃଖୀଶ୍ୟାମ ପ୍ରଧାନ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କର ସମ୍ପାଦକ ସୁରେନ୍ଦ୍ର ପ୍ରଧାନ, ଏର୍.ଏସ୍.ଏସ୍ ବୌଦ୍ଧ ପାଣୁଚରଣ ସାହୁ, ଏ.ଏ.ଓ ଆଗ୍ରିକଲଚର୍ ବୌଦ୍ଧ, ତିଲେଶ୍ୱର ପଂଚାୟତ ସମିତି ସଭ୍ୟ ସରୋଜ କୁମାର ପ୍ରଧାନ, ବରିଷ୍ଠ ଚାଷୀ ସୁରେନ୍ଦ୍ର ପ୍ରଧାନ (ମୂଷାଢ଼) ପ୍ରମୁଖ ଯୋଗଦେଇଥିଲେ । ଏହି କୃଷକ ସମ୍ପର୍କ ଶିବିର ରେ ୧୧ ଗୋଟି ଜେ.ଏଲ୍.ଜି ଗ୍ରୁପ୍ କୁ ଋଣ ପ୍ରଦାନ କରାଯିବା ସଙ୍ଗେ ସଙ୍ଗେ ୧୩ ଜଣ ଅଗ୍ରଣୀ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା । ଉକ୍ତ ଉସôବରେ ତିଲେଶ୍ୱର ସେବାସମବାୟ ସମିତି ଲିଃ. ସମ୍ପାଦକ ଶୁଭ୍ରଜିତ୍ ପ୍ରଧାନ, କର୍ମଚାରୀ ବସନ୍ତ ପ୍ରଧାନ, ଲବ କୁମାର ଯୋଷୀ ପ୍ରମୁଖ ସହଯୋଗ କରିଥିଲେ । 

 

 

Leave A Reply

Your email address will not be published.