ବାର ବୁଲା ପଶୁପକ୍ଷୀଙ୍କ ପାନୀୟ ପାଇଁ ଜଳ କୁଣ୍ଡ ସ୍ଥାପନ

2

ପୋଲସରା  (ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ଆରମ୍ଭ ହେଲାଣି ଗ୍ରୀଷ୍ମର ଉଷ୍ମତା । ଶୁଖି ଗଲାଣି ବନ୍ଧ, ପୋଖରୀ, ନଦୀ, ନାଳ। ମୁକୁଲା ପଡିଛି ଝରଣା । ପାଣି ମୁନ୍ଦେ ପିଇବା ପାଇଁ ନପାଇ ପଶୁପକ୍ଷୀ ନିରାଶ ହୋଉଥିବା ବେଳେ ସେମାନଙ୍କ ପାଇଁ ପାଣି ଓ ଆହାର ଯୋଗାଇବା ପାଇଁ ଅଣ୍ଟା ଭିଡ଼ିଛି ପୋଲସରାର “ଜୀବେଦୟା ଚାରିଟେବୁଲ ଟ୍ରଷ୍ଟ”। ଏପ୍ରିଲ ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷରେ ଟ୍ରଷ୍ଟ ପକ୍ଷରୁ ଏହି ମହତ କାର୍ଯ୍ୟର ଶୁଭାରମ୍ଭ କରିଥିବା ବେଳେ କାର୍ଯ୍ୟକ୍ରମକୁ ପୋଲସରା ପୋଲିସ ଥାନା ଆରକ୍ଷୀ ନିରୀକ୍ଷକ ଜିତେନ୍ଦ୍ର କୁମାର ମଲ୍ଲିକ ଉଦଘାଟନ କରିଥିଲେ। ପୋଲସରା ସହରର ବେଲଗାଁ ଛକ ଠାରୁ ରାଣୀପଡା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସିମେଣ୍ଟ କୁଣ୍ଡରେ ପାଣି ରଖି ବୁଲା ଗାଈ, ଗୋରୁ ଓ ଅନ୍ୟାନ୍ୟ ପଶୁପକ୍ଷୀ ମାନଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ଏହା ଉଦ୍ଦିଷ୍ଟ ଥିବା ବେଳେ ଟ୍ରଷ୍ଟର ଏହି ମହତ କାର୍ଯ୍ୟ ପାଇଁ ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ଉପଦେଷ୍ଟା ଡ଼ଃ କୁମୁଦ ଚନ୍ଦ୍ର ବେହେରା, ଅଧ୍ୟକ୍ଷ ବିକ୍ରମ ପ୍ରଧାନ, ମାମି ପ୍ରଧାନ, ଶୁଭ୍ରମଣି ପଟ୍ଟନାୟକ, ସୁଶାନ୍ତ କୁମାର ମହାରଣା, ଶିବ ଶଙ୍କର ନନ୍ଦ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ବୃନ୍ଦ ଯୋଗଦେଇଥିଲେ।

Leave A Reply

Your email address will not be published.