ବାର୍ଷିକ ସାହିତ୍ୟ ପତ୍ରିକା “ଶୁଭ ସକାଳ” ଉନ୍ମୋଚନ

3

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଭକ୍ତି ସଙ୍ଗୀତ ସଂସଦ କାର୍ଯ୍ୟାଳୟ ପରିସରରେ ବାର୍ଷିକ ସାହିତ୍ୟ ପତ୍ରିକା  “ଶୁଭ ସକାଳ”ର ଶୁଭ ଉନ୍ମୋଚନ ହୋଇଯାଇଛି। 

ଏହି କାର୍ଯ୍ୟକ୍ରମରେ ” ଶୁଭ ସକାଳ” ପତ୍ରିକାର  ସଭାପତି ଶ୍ରୀ ଭଗବତ ପାଢ଼ୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ  ଓଡିଶା ସାହିତ୍ୟ ଏକାଡେମୀର ଗଜପତି ସଦସ୍ୟ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ଅଧ୍ୟାପିକା ଡ଼ଃ.କଲ୍ୟାଣୀ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ଭାବେ ପୂର୍ଣ୍ଣଚନ୍ଦ୍ର ରଥ , “ଶୁଭ ସକାଳ” ପତ୍ରିକାର ସମ୍ପାଦକ ବାବାଜୀ ଚରଣ ବେହେରା ପ୍ରମୁଖ ଯୋଗଦେଇ ମଞ୍ଚାସୀନ ଥିଲେ । 

ଅତିଥି ମାନଙ୍କ  ଦ୍ବାରା ବାର୍ଷିକ ସାହିତ୍ୟ ପତ୍ରିକା ” ଶୁଭ ସକାଳ”  ଉନ୍ମୋଚନ  ହୋଇଥିଲା।  ପରେ ଉପସ୍ଥିତ ସମସ୍ତଙ୍କୁ ପତ୍ରିକାକ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ଜ୍ଞାନୀ, ଗୁଣି ଓ ସାହିତ୍ୟିକ ଉପସ୍ଥିତ ଥିଲେ । 

ମଞ୍ଚାସୀନ ଅତିଥି ମାନେ ଏହି କାର୍ଯ୍ୟକ୍ରମ ଅବସରରେ କିପରି ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ଓ ସମୃଦ୍ଧି ହେବ ତା ଉପରେ ନିଜର ବକ୍ତବ୍ୟ ରଖିଥିଲେ । 

ପରେ କବିତା ପାଠ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ପ୍ରମୋଦ ଚନ୍ଦ୍ର ପାଢ଼ୀ , ଜଗଦୀଶ ମହାପାତ୍ର , ସଚ୍ଚିଦାନନ୍ଦ ସାମଲ , ବିଚିତ୍ରା ନନ୍ଦ ବେବର୍ତ୍ତା , ଭଗବତ ପାଢ଼ୀ , ଡ଼ଃ. କଲ୍ୟାଣି ମିଶ୍ର , ରାଜେନ୍ଦ୍ର ରଥ , ପୁଷ୍ପାଞ୍ଜଳି ପୁରୋହିତ , ପ୍ରଣତି ବେହେରା , ସ୍ନିଗ୍ଧା ମିଶ୍ର ନିଜ ନିଜର କବିତା ପାଠ କରିଥିଲେ ।

 ଭଗବତ ପାଢ଼ୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ  ବାବାଜୀ ଚରଣ ବେହେରା କାର୍ଯ୍ୟକ୍ରମ ସଂଯୋଜନା ଓ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.