ଚାକିରୀ ନାରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିବା ବରିଷ୍ଠ କିରାଣୀକୁ କୋର୍ଟ ଚାଲାଣ। 

0 2

ଟିଟିଲାଗଡ,  (ଗୌରବ ଦର୍ଜୀ)- ବେଆଇନ ଭାବରେ ଟଙ୍କା ଆଦାୟ କରିବାରେ ଧୂରନ୍ଦର  ଜଣେ ସରକାରୀ ବାବୁ। ଏମିତିକି ନିଜ ସରକାରୀ ଚାକିରୀ କାଳ ର ଗତ କିଛି ମାସ ମଧ୍ୟରେ ତିନି ତିନି ଥର ଜେଲ ଯିବା ଘଟଣା ଏବେ ବେଶ ଚର୍ଚ୍ଚା ର ପରିସର କୁ ଆସିଛି।  ଅଭିଯୋଗ ମୁତାବକ ରାଜସ୍ୱ ବିଭାଗ ର ବରିଷ୍ଠ କିରାଣୀ ଓମପ୍ରକାଶ  କୁମ୍ଭାର ଟିଟିଲାଗଡ଼  ତହସିଲ ଅଫିସ ରେ ବରିଷ୍ଠ କିରାଣୀ ଦାୟିତ୍ୱ ରେ ଥିବା ବେଳେ ଟିଟିଲାଗଡ଼ ସହର ର କେତେକ ପିଅନ ତଥା କେତେକ ଲୋକଙ୍କୁ ଭୂୟାଁ ବୁଲାଇ ସରକାରୀ ଚାକିରୀ ଯୋଗାଇ ଦେବା ନେଇ ପ୍ରତିଶୃତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଟିଟିଲାଗଡ଼ ଥାନାରେ ଅଭିଯୋଗ ହୋଇଛି।  ଅନେକ ଲୋକଙ୍କୁ ଭୂୟାଁ ବୁଲାଇ ସରକାରୀ ଚାକିରୀ କରାଇ ଦେବା ନାରେ ୨୬ ରୁ ୨୭ ଲକ୍ଷ ଟଙ୍କା ଠକି ନେଇଥିବା ନେଇ ଗତ  ମାର୍ଚ୍ଚ ୧୮ ତାରିଖ ରେ ଟିଟିଲାଗଡ଼ ଥାନାରେ ଜଣେ ଠକାମୀ ର ଶିକାର ହୋଇଥିବା ବ୍ୟକ୍ତି ଖୋଲାନ ଗ୍ରାମ ର  ଦୟା ରଣା ଅଭିଯୋଗ କରିବା ପରେ ଟିଟିଲାଗଡ଼ ପୋଲିସ ଓମ ପ୍ରକାଶ କୁମ୍ଭାର କୁ ଭୁବନେଶ୍ୱର କଳ୍ପନା ଛକରୁ ଗିରଫ କରିଛି ଟିଟିଲାଗଡ଼ ପୋଲିସ । ପୂର୍ବରୁ ମଧ୍ୟ ଓମ ପ୍ରକାଶ କୁମ୍ଭାର ବଲାଙ୍ଗୀର ଜିଲ୍ଲା  ଗ୍ରାମ୍ୟ  ଉନ୍ନୟନ ସଂସ୍ଥା ରେବରିଷ୍ଠ କିରାଣୀ ଭାବରେ ଥିବା ସମୟରେ ଗତ ୨୦୧୬ ମସିହା ଜାନୁଆରୀ ୨୧ ତାରିଖ  ରେ  ଲାଞ୍ଚ ନେଉଥିବା ସମୟରେ ବଲାଙ୍ଗୀର ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ ହୋଇଥିଲେ।  ପରେ ଚାକିରୀ ରୁ ନିଲମ୍ବିତ ହୋଇ ଥିଲେ ଓମପ୍ରକାଶ। ପରେ ସେ ଅକ୍ଟୋବର ୨୯ ତାରିଖ ୨୦୧୬ ମସିହା ରେ ଟିଟିଲାଗଡ ତହସିଲ କାର୍ଯ୍ୟାଳୟ ରେ ବରିଷ୍ଠ କିରାଣି ଭାବେ ଯୋଗ ଦେଇଥିଲେ। କିନ୍ତୁ ୨୦୧୭ ମସିହା  ମାର୍ଚ୍ଚ ରୁ କାର୍ଯ୍ୟାଳୟକୁ ଆସିବା ବନ୍ଦ କରି ଦେଇଥିଲେ। ପରେ ସେ ପୁଣି ଥରେ କୌଣସି କାରଣରୁ ଟଙ୍କା ଲାଞ୍ଚ ନେଉଥିବା ସମୟ ରେ ଭିଜିଲାନ୍ସ ହାତରେ ଧରାପଡିଥିଲେ।  ପରେ ଭିଜିଲାନ୍ସ କୋର୍ଟ ଅବମାନନା ନେଇ ମଧ୍ୟ ଗିରଫ ହୋଇଥିଲେ ଓମ ପ୍ରକାଶ।  ଟିଟିଲାଗଡ ତହସିଲ କାର୍ଯ୍ୟାଳୟ ରେ ଥିବା ସମୟ ରେ  ଚାକିରୀ ଦେବା ନାଁ ରେ  ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ପୋଲିସ ହାତରେ ଗିରଫ ହୋଇଛନ୍ତି ଓମ ପ୍ରକାଶ କୁମ୍ଭାର।  ସେପଟେ ନିଜ କୁ ନିର୍ଦୋଷୀ ବୋଲି କହିବା ସହ ଲୋକେ ତାଙ୍କୁ ବିନା କାରଣ ରେ ଟଙ୍କା ଦେଇ ଥିବା ବେଳେ ସେ ଅଧିକାଂଶ ଲୋକଙ୍କ ଟଙ୍କା ଫେରାଇ ଥିବା ସଫେଇ ଦେଇ ଛନ୍ତି। ଟିଟିଲାଗଡ କାର୍ଯ୍ୟାଳୟ ରେ ବରିଷ୍ଠ କିରାଣି ଭାବେ ଥିବା ସମୟରେ ୨୦୧୯ ମସିହା ଫେବୃଆରୀ ୨୩ ରେ ସସ୍ପେଣ୍ଡ ହୋଇଥିଲେ। ଜୁନ ୨୭ ରେ ପାଟଣାଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଯୋଗ ଦେବା ପାଇଁ ଅନୁମତି ମିଳିଥିବା ବେଳେ ପାଟଣାଗଡ ଉପ ଜିଲ୍ଲାପାଳ ନିଜ କାର୍ଯ୍ୟଳୟ ରେ ଓମ୍ ପ୍ରକାଶ କୁ ଚାକିରି ରେ ଯୋଗ ଦେବା କୁ ବରଣ କରିଥିଲେ। ଫଳରେ ତତ୍କାଳୀନ ଜିଲ୍ଲାପାଳ ତାଙ୍କୁ ଖପ୍ରାଖୋଲ ତହସିଲ କାର୍ଯ୍ୟାଳୟ କୁ ସ୍ଥାନାନ୍ତର କରିଥିଲେ।

Leave A Reply

Your email address will not be published.