ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି ରେଙ୍ଗାଲି-ସପ୍ନେ ଆରଡି ରାସ୍ତା:- ଫ୍ଲାଏ ଓଭର ବ୍ରିଜ ପାଇଁ ଲୋକଙ୍କ ଦାବି।

0 2

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ):  ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର (ବିଜୁ ଏକ୍ସପ୍ରେସ ୱେ)ର ରେଙ୍ଗାଳି  ମହାବୀର ଛକରୁ ବ୍ଲକ ରାସ୍ତା ଦେଇ ଯାଇଥିବା ସପ୍ନେ ଫେରି ରାସ୍ତା ଉପରେ ଶତାଧିକ ଛୋଟ ବଡ ଗାଡି ସହ ଭାରି ଯାନ ଯାତାୟାତ ଯୋଗୁଁ ଦିନକୁ ଦିନ ଏହି ରାସ୍ତା ଦୁର୍ଘଟଣା ପ୍ରବଣ ହେବାକୁ ବସିଲାଣି। ନିକଟରେ ଏହି ରାସ୍ତାର ହୀରାକୁଦ ଜଳଭଣ୍ଡାର ଉପରେ ଇବ ସେତୁ ନିର୍ମାଣ ହେବା ପରେ ଏହି ରାସ୍ତା ସିଧାସଳଖ ଛତିଶଗଡ ଅଞ୍ଚଳକୁ ସଂଯୋଗ କରୁଥିବା ବେଲେ ଝାରସୁଗୁଡ଼ା ଜିଲ୍ଲା ସହ ସଂମ୍ପର୍କ ଯୋଡିବାରେ ପ୍ରମୁଖ ରାସ୍ତା ହୋଇଛି। ବାଏପାସ ରାସ୍ତା ନିର୍ମାଣ ନ ସରିବା ପୂର୍ବରୁ ଏହି ରାସ୍ତାର ସପ୍ନେ ଠାରୁ କୁର୍ଲା,ଯୁଗିପାଲି,ବାରିକପାଲି,ସାଳଡ ଗ୍ରାମ ଭିତର ଦେଇ ପ୍ରତ୍ୟେହ ଶତାଧିକ ଗାଡି ଏବଂ ଭାରିଯାନ ଯାତାୟାତ କରୁଥିବାରୁ ପ୍ରତ୍ୟେକ  ଦିନ ଏହି ରାସ୍ତାରେ ଛୋଟ ବଡ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହୋଇଛି। ଯାନବାହାନ ନିୟନ୍ତ୍ରଣ ପାଇଁ କୌଣସି ଟ୍ରାଫିକ ବ୍ୟବସ୍ଥା ମଧ୍ୟ ନାହିଁ। ରେଙ୍ଗାଲି ରେଲୱ କ୍ରସିଂ ରେ ଥରେ ଟ୍ରେନ ଯାତାୟାତ କଲେ ଗେଟ ପଡିଯିବାରୁ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡି ଅଟକି ରହୁଛି। ଗେଟ ଖୋଲିଲା ପରେ କେହି କାହାକୁ ନ ମାନି ଗାଡି ଆଗକୁ ବଢାଉ ଥିବାରୁ ଦୁର୍ଘଟଣା ଘଟାଇ ଗାଡି ଗୁଡିକ ଦୃଢ ଗତିରେ ଫେରାଇ ହୋଇଯାଉଛନ୍ତି।

ଏହି ରାସ୍ତା ଉପରେ ଆଖ ପାଖ ଅଞ୍ଚଳର ସଂଖ୍ୟାଧିକ ଲୋକ ନିର୍ଭର କରୁଥିବା ବେଳେ ପ୍ରତ୍ୟେହ ରେଙ୍ଗାଲିରେଥିବା ବିଭିନ୍ନ ସ୍କୁଲ କଲେଜ ତଥା ବ୍ଯବସାୟ ପାଇଁ ଶତାଧିକ ଳୋକ ଏହି ରାସ୍ତାରେ ଯାତାୟାତ କରିଥାନ୍ତି। ବର୍ତ୍ତମାନ ଏହି ରାସ୍ତାରେ ଯାନବାହାନ ଯାତାୟାତକୁ ଦେଖିଲେ ଏହି ରାସ୍ତାରେ ଯାତାୟାତ କରିବା ବିପଦପୂର୍ଣ୍ଣ ହୋଇ ପଡିଛି।ଏଠାରେ ଟ୍ରାଫିକ ବ୍ୟବସ୍ଥା ସହ ଫ୍ଲାଏ ଓଭର ନିର୍ମାଣ ତୁରନ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ ନ କଲେ ବିଭିନ୍ନ ଦୁର୍ଘଟଣାରେ ବହୁ ଧନଜୀବନ ନଷ୍ଟ ହେବାର ଆଶଙ୍କାକୁ କେହି ଏଡାଇ ପାରିବେ ନାହିଁ। ଖାଲି ଦେଖିବାକୁ ବାକିରହିଲା ସରକାରଙ୍କ ବିଭାଗିୟ ଅଧିକାରୀ ଏଥି ପାଇଁ କଣ କରୁଛନ୍ତି ?

 

Leave A Reply

Your email address will not be published.