ରାସ୍ତାର ପ୍ରଶସ୍ତୀକରଣ ଓ ସହରର ସୌନ୍ଦର୍ଯ୍ୟକରଣ ପାଇଁ ଜବରଦଖଲ ଉଚ୍ଛେଦ ଯୋଜନା।

0 2

ବିଭିନ୍ନ ଅଂଚଳ ବୁଲି ଜିଲ୍ଲାପାଳ କଲେ ସ୍ଥିତିର ସରଜମିନ ଅନୁଧ୍ୟାନ 

ଝାରସୁଗୁଡ଼ା :(ସୁଭାଷ ସହାରେ) -ସହରର ସୌନ୍ଦର୍ଯ୍ୟକରଣ ହେବ। ରାସ୍ତାର ପ୍ରଶସ୍ତୀକରଣ ହେବ। ଝାରସୁଗୁଡ଼ା ସହର ଟକ୍କର ଦେବ ରାଜ୍ୟର ଅନ୍ୟାନ୍ୟ ବଡ଼ ସହର ସହ । ବୋଧହୁଏ ଏପରି କିଛି ଯୋଜନା ଚଳାଇଛନ୍ତି ଜିଲ୍ଲା ପ୍ରଶାସନ। ପଶ୍ଚିମ ଓଡ଼ିଶାର ଶିଳ୍ପକେନ୍ଦ୍ର ଝାରସୁଗୁଡ଼ା ସହର ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। ମାତ୍ର ଏ ସହରର ମୂଖ୍ୟ ସମସ୍ୟା କହିଲେ ରାସ୍ତାର ଉଭୟ କଡ଼ରେ ଜମା ହୋଇ ରହିଥିବା ଆବର୍ଜନା ଓ ଜବରଦଖଲ। ସହରର ଅନେକ ସ୍ଥାନରେ ଅଳିଆ ଆବର୍ଜନା ଜମା ହୋଇ ପର୍ଯ୍ୟଟକଙ୍କ ମଧ୍ୟରେ ଏକ ନକାରାତ୍ମକ ମନୋଭାବ ସୃଷ୍ଟି କରିଥାଏ। ଅନ୍ୟପକ୍ଷରେ ଜବରଦଖଲ ଯୋଗୁଁ ଟ୍ରାଫିକ୍ ଚଳାଚଳ ଅନେକ ପରିମାଣରେ ବାଧିତ ହୁଏ ତଥା ଦୁର୍ଘଟଣା ଘଟିଥାଏ। ତେଣୁ ସଚେତନ ନାଗରିକମାନେ ଅନେକ ସମୟରେ ଏହି ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ପ୍ରଶାସନକୁ ଦାବି ଜଣାଇ ଆସିଛନ୍ତି। 

ସୂଚନା ଅନୁଯାୟୀ, ଆଜି ନିଜେ ଜିଲ୍ଲାପାଳ ସହରର କାଳୀମନ୍ଦିର ଅଞ୍ଚଳ ଓ ବସଷ୍ଟାଣ୍ଡ ଅଞ୍ଚଳ ପରିଦର୍ଶନରେ ଆସି ଏହି ସବୁ ସମସ୍ୟାକୁ ସରଜମିନ ଅନୁଧ୍ୟାନ କରିଥିଲେ। ବୋଧହୁଏ ଅତି ଶୀଘ୍ର ପ୍ରଶାସନ ଜବରଦଖଲ ହଟାଇବା ନେଇ, ରାସ୍ତା ପ୍ରଶସ୍ତିକରଣ ନେଇ ତଥା ସହରର ସୌନ୍ଦର୍ଯ୍ୟକରଣ ନେଇ ବିଚାର କରି ପାରନ୍ତି। ଏହାଦ୍ୱାରା ଝାରସୁଗୁଡ଼ା ସହର ରାଜ୍ୟର ଅନ୍ୟାନ୍ୟ ସହର ଭଳି ଝଲସି ଉଠିବ ବୋଲି ଜନସାଧାରଣ ଆଲୋଚନା କରୁଛନ୍ତି।

Leave A Reply

Your email address will not be published.