ବଚସାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ। 

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) – ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକର ନନ୍ଦମୁଣ୍ଡା ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳି ଯୋଗୁଁ ସ୍ବାମୀ ସ୍ତ୍ରୀକୁ ହତ୍ୟା କରିଛି।

ସୂଚନା ମୁତାବକ, ନନ୍ଦମୁଣ୍ଡା ଗ୍ରାମର ରବି ନାଏକ ଓ ତାର ସ୍ତ୍ରୀ ସୁରୁବାଲି ନାୟକ ମହୁଲ ଗୋଟାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସେଠାରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ କଳି ଆରମ୍ଭ ହୋଇଥିଲା। କଳି ବଢ଼ିବାରୁ ରବି ଉତ୍ତ୍ୟକ୍ତ ହୋଇ ନିଜ ଗାମୁଛାକୁ ସୁରୁବାଲିର ତଣ୍ଟିରେ ଗୁଡ଼ାଇ ନିଷ୍ଠୁର ଭାବରେ ହତ୍ୟା କରିଛି। ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ଜବତ କରିଥିଲେ ଏବଂ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛନ୍ତି।

Leave A Reply

Your email address will not be published.