ବିଜେପିରେ ସାମିଲ ହେଲେ ସମିତିସଭ୍ୟ ଓ ୱାର୍ଡମେମ୍ବରଙ୍କ ସମେତ ବହୁ ବିଜେଡି କର୍ମୀ

0 2

କେଉଁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦେଓଗାଁ ମଣ୍ଡଳ ମଛାଳୋ ଗ୍ରାମପଂଚାୟତର ବର୍ତମାନର ନିର୍ବାଚିତ ସମିତି ସଭ୍ୟ ତାପସ କୁମାର ଜେନା ଓ ୱାର୍ଡମେମ୍ବର ସନ୍ତୋଷ ଜେନା ବିଜେପିରେ ହେଲେ ସାମିଲ

ଭୁବନେଶ୍ୱର(ଶାସକ ପ୍ରଶାସକ) :ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଉପସ୍ଥିତିରେ କେଉଁଝର ଜିଲ୍ଲା ଘସିପୁରା ନିର୍ବାଚନମଣ୍ଡଳୀ ଦେଓଗାଁ ମଣ୍ଡଳ ମଛାଳୋ ଗ୍ରାମପଂଚାୟତର ବର୍ତମାନର ନିର୍ବାଚିତ ସମିତି ସଭ୍ୟ ତାପସ କୁମାର ଜେନା ଓ ୱାର୍ଡମେମ୍ବର ସନ୍ତୋଷ ଜେନା ବିଜେପିରେ ସାମିଲ ହୋଇଛନ୍ତି ।

ସ୍ଥାନୀୟ ବିଜେଡି ବିଧାୟକଙ୍କ କାର୍ଯ୍ୟରେ ଅତିଷ୍ଠ  ହୋଇ ଏବଂ ଘସିପୁରା ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପୃଥ୍ୱୀରାଜ କୁଅଁରଙ୍କ କାର୍ଯ୍ୟଧାରାରେ ଆକର୍ଷିତ ହୋଇ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବାଇଧର ଚନ୍ଦ୍ରାଙ୍କ ସହଯୋଗରେ ବିଜେଡି କର୍ମୀ ଶ୍ରୀଧର ଜେନା, ଅକ୍ଷୟ ଜେନା, ରବିନ୍ଦ୍ର ଜେନା, ବାପିନା ଜେନା, ଜିତୁ ମହାନ୍ତିଙ୍କ ସମେତ ଶତାଧିକ ବିଜେଡି କର୍ମୀ ବିଦ୍ଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । 

 

Leave A Reply

Your email address will not be published.