ସୁନାବେଡାରେ ଆଦିବାସୀ ମେଳି : କହିଲେ ଅଞ୍ଚଳର ବିକାଶ ନହେଲେ ଛତିଶଗଡ଼ରେ ମିଶିବୁ

0 2

ବିକାଶ ନ ହେବା କଥାକୁ ଖଣ୍ଡନ କଲେ ସ୍ଥାନୀୟ ବିଧାୟକ 

 ଲୋକଙ୍କ ମୌଳିକ ସୁବିଧାସୁଯୋଗକୁ ପ୍ରାଥମିକତା ଦେଇଛି : ଢୋଲକିଆ 

ନୂଆପଡା(ଅମିତ ପୁରୋହିତ) -ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ମଧ୍ୟରେ ବସବାସ କରୁଥିବା ସୁନାବେଡା ଓ ସୋସେଙ୍ଗ ପଂଚାୟତର ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ, ପହରିଆ ହଟାତ ଏକତ୍ରିତ ହୋଇ ନବୀନ ସରକାରଙ୍କ ବିରୋଧରେ ଏକ ମେଳି କରି ବିରୋଧ ପ୍ରଦର୍ଶନ କରିଛନ୍ତି। ବିକ୍ଷୋବ ର କାରଣ ସୁନାବେଡାରେ କୌଣସି ପ୍ରକାରର ମୌଳିକ ବିକାଶ ନ ହେବା । ସୁନାବେଡା ଗାଁ ରୁ ବ୍ଲକ ହେଡ କ୍ୱାଟର ପର୍ଯ୍ୟନ୍ତ ଭଲ ରାସ୍ତାଟେ ନିର୍ମାଣ ନ ହେଇ ପାରିବା ଯୋଗୁଁ ଅଞ୍ଚଳବାସୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଇ ଆସୁଛନ୍ତି ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ଖାଦ୍ୟ, ପାନୀୟ, ଜଳସେଚନ ଓ ବିଭିନ୍ନ ସରକାରୀ ଲୋକାଭିମୁଖୀ ଯୋଜନାରୁ ବହୁତ ଦୂରରେ ବୋଲି ସେମାନେ ଯୁକ୍ତି ବାଢି ବସିଛନ୍ତି। ଯଦି ସରକାର ତାଙ୍କର ଏହି ମୌଳିକ ଅଧିକାର ଗୁଡିକୁ ଯଥାଶୀଘ୍ର ପୁରଣ ନ କରନ୍ତି ସେମାନେ ପଡୋଶୀ ଛତିଶଗଡ ସହିତ ନିଜକୁ ମିଶାଇ ଦେବାକୁ ସରକାରଙ୍କୁ ଧମକ ଦେଇଛନ୍ତି। 

ହେଲେ ଅବହେଳା କଥାକୁ ଖୋଲାଖୋଲି ଅସ୍ଵୀକାର କରିଛନ୍ତି ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆ | ଶ୍ରୀ ଢୋଲକିଆ କହିଛନ୍ତି ଯେ, ସେ ବିଧାୟକ ହେଲାପରେ ୩୨ ଟି ଗାଁକୁ ବିଜୁଳି ସଂଯୋଗ କରିବା ନିମିତ୍ତ ୧୭କୋଟି ଟଙ୍କାର ପାଣ୍ଠି ଖର୍ଚ୍ଚ କରି ୨୦ ଗୋଟି ଗାଁ କୁ ବିଜୁଳି ସଂଯୋଗ କରାଇଥିବା ବେଳେ ୮ଟି ଗାଁ କୁ ସୋଲାର ଳାଇଟ ସଂଯୋଗ କରାଇଥିଲେ । ସମସ୍ଥ ଘରକୁ ପକ୍କା ଘର ଯୋଜନାରେ ସାମିଲ କରାଇଥିଲେ । ୧୦ଟି ପ୍ରଧାନମନ୍ତ୍ରୀ ସଡକ ତିଆରି ପାଇଁ ଅନୁଦାନର ବ୍ୟବସ୍ଥା କରାଇଥିଲେ । ସେ ମଧ୍ୟରୁ ଅନେକ ନିର୍ମାଣ କାର୍ଯ୍ୟ ପ୍ରାୟ ସାରିଯାଇଥିବାବେଳେ କିଛିଟା ବିଭିନ୍ନ ସମତ୍ସ୍ୟ। ପାଇଁ ଅସମ୍ପୂର୍ଣ୍ଣ ରହି ଯାଇଛି। କିନ୍ତୁ ବହୁତ ଶୀଘ୍ର ତାର ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ଢୋଲକିଆ କହିଛନ୍ତି। ଏ ନେଇ ସୁନାବେଡା ଚକୋଟିଆ ଭୁଞ୍ଜିଆ ଉନ୍ନୟନ ଏଜେନ୍ସି ର ଅଧିକାରୀ ଙ୍କ ସହିତ ଯୋଗାଯୋଗ କରିବାରୁ ଅଧିକାରୀ ବୁଦ୍ଧଦେବ ପଣ୍ଡା କହିଥିଲେ ଆମ ଏଜେନ୍ସି କାମ କରିବାରେ କୌଣସି ପ୍ରକାରର ଅବହେଳା କରୁନାହିଁ। ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପ୍ରାୟ୬୦ ଲକ୍ଷ ଟଙ୍କା ଏଜେନ୍ସି ତରଫରୁ ଚଳିତ ବର୍ଷ ଆମେ ପ୍ରାପ୍ୟ ଦେଇସାରିଲୁଣି । ବିଭିନ୍ନ ପ୍ରକାରର ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁ ରହିଛି। ଯାହାକି ଆସନ୍ତା ସମୟରେ ଅଞ୍ଚଳ ବାସୀଙ୍କୁ ବହୁତ ଉପକାରରେ ଆସିବ ।

 ଏନେଇ ପୁନର୍ବାର ଶ୍ରୀ ଢୋଲକିଆଙ୍କୁ ପଚାରିବାରୁ ସେ କହିଥିଲେ ମାସେ ପୂର୍ବରୁ ମୁଁ ସିବିଡିଏର ସମୀକ୍ଷା କରିଥିଲି ଓ ସେଥିରେ ପୁରା ଟଙ୍କା ସେମାନଂକର ଖର୍ଚ୍ଚ ହୋଇଥିବାର ଦର୍ଶାଯାଇଛି। ଏବର୍ଷର ଖର୍ଚ୍ଚର ଯାହାବି ଆବଶ୍ୟକତା ଅଛି ମୁଁ ବିଧାନସଭାରେ ପ୍ରସ୍ତାବ ଆଗତ କରି ପାସ କରାଇବା ପାଇଁ ଚେଷ୍ଟା କରିବି ବୋଲି କହିଛନ୍ତି । ଏଥିସହ ସେ ସୁନାବେଡା ଅଞ୍ଚଳବାସୀଙ୍କୁ ଧର୍ଯ୍ୟହରା ନ ହେବା ପାଇଁ ଅନୁରୋଧ କରିଛନ୍ତି। ବିଧାନସଭା ଅଧିବେଶନ ରୁ ଫେରିଲେ ପୁନର୍ବାର ସମୀକ୍ଷା  କରି ଅଟକିଥିବା କାର୍ଯ୍ୟଗୁଡିକର ସମ୍ପାଦନ ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ।

 

Leave A Reply

Your email address will not be published.