ଝାରସୁଗୁଡ଼ା :(ସୁଭାଷ ସହାରେ) -ଆଜି ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ ସାମ୍ବାଦିକମାନଙ୍କୁ ଏକ ସାକ୍ଷାତକାରରେ ଜଣାଇଛନ୍ତି ଯେ ଝାରସୁଗୁଡ଼ା ବିମାନବନ୍ଦରରୁ ଆସନ୍ତା ସମୟରେ ଅନ୍ତର୍ଜାତୀୟ ବିମାନସେବା ଆରମ୍ଭ କରିବା ପାଇଁ ଯୋଜନା କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଦୁବାଇକୁ ବିମାନ ସେବା ଯୋଗାଇ ଦିଆଯିବାକୁ ଯୋଜନା କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ଏହା ବ୍ୟତୀତ ଭାରତର ଅନ୍ୟାନ୍ୟ ସହର ଯଥା ବିଶାଖାପଟନମ, ପୁନେ ଓ ନାଗପୁରକୁ ମଧ୍ୟ ବିମାନସେବା ଯୋଗାଇ ଦିଆଯିବ ବୋଲି ସେ ଜଣାଇଛନ୍ତି। ସୂଚାଇ ଦିଆଯାଇ ପାରେ ଯେ ଝାରସୁଗୁଡ଼ା ବିମାନବନ୍ଦରରୁ ଦେଶର ପ୍ରମୁଖ ସହର କଲିକତା, ମୁମ୍ବାଇ,ଦିଲ୍ଲୀ,ବେଙ୍ଗାଲୁରୁ ତଥା ହାଇଦ୍ରାବାଦକୁ ବିମାନ ଚଳାଚଳ ଚାଲିଛି। ନିକଟରେ ଚେନ୍ନାଇକୁ ମଧ୍ୟ ବିମାନସେବା ଆରମ୍ଭ ହେବା ପାଇଁ ଚୂଡ଼ାନ୍ତ ହୋଇସାରିଛି।
Sign in
Sign in
Recover your password.
A password will be e-mailed to you.
Next Post