“ଲେଖାଶ୍ରୀ ପିପିଲି ଟିକେଟ୍ ପାଇଁ ଆଜେବାଜେ କଥା କହୁଛନ୍ତି”

0 2

୨୦୧୪ ଏବଂ ୨୦୧୯ ନିର୍ବାଚନରେ ବିଜେଡ଼ି ଟିକେଟ୍ ପାଇଁ ଆଶାୟୀ ଥିଲେ ଲେଖାଶ୍ରୀ !

ଭୁବନେଶ୍ୱର:ବିଜେପି ବିଧାୟକ ଓଡ଼ିଶା ବିଧାନ ସଭାରେ ଯେଉଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି, ତାହା ଉପରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତୃତ୍ୱ ମତ ରଖିବା ଉଚିତ୍ ଥିଲା ବୋଲି ବିଜେଡ଼ି ପ୍ରବକ୍ତା ଇପ୍ସିତା ସାହୁ କହିଛନ୍ତିା

ଏହି ପ୍ରସଙ୍ଗରେ କିନ୍ତୁ ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ପରି ଜଣେ କବିଷ୍ଠ ନେତ୍ରୀ ମତ ରଖିଲେ, ଏଥିରୁ ଜଣାପଡୁଛି ଯେ ଏହା ତାଙ୍କ ଦଳର ନୁହଁ ବରଂ ବ୍ୟକ୍ତିଗତ ମତ ବୋଲି ସୁଶ୍ରୀ ସାହୁ କହିଛନ୍ତିା

ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ବୋଧେ ପିପିଲି ନିର୍ବାଚନ ଟିକେଟ୍ ପାଇଁ ଲାଳାୟିତ ହୋଇ ଏହି ପ୍ରକାରର ଆଜେବାଜେ କଥା କହୁଛନ୍ତି । ଲେଖାଶ୍ରୀ ୨୦୧୪ ଏବଂ ୨୦୧୯ ନିର୍ବାଚନରେ ବିଜେଡ଼ି ଟିକେଟ୍ ନ ପାଇବା ପରେ ବହୁତ ଆଜେବାଜେ କଥା କହିଥିଲେ । ଏବେସେ ପୁଣି କହିଲେଣି ଯେ ଲୋକେ ଘରେଘରେ ଆତ୍ମହତ୍ୟା କରିବେ । ଏଥିରୁ ଜଣାପଡୁଛି ଯେ, ସେ ପିପିଲି ଟିକେଟ୍ ପାଇଁ ନିଜର ଭାରସାମ୍ୟ ହରାଇଛନ୍ତି । ତେଣୁ ତାଙ୍କ ଦଳର ନେତୃବୃନ୍ଦଙ୍କୁ ଅନୁରୋଧ କି ସେମାନେ ତାଙ୍କ ଉପରେ ନଜର ରଖନ୍ତୁ ବୋଲି ସୁଶ୍ରୀ ସାହୁ କହିଛନ୍ତିା

 

Leave A Reply

Your email address will not be published.