ପୂର୍ବତନ ସରପଞ୍ଚ ଗଙ୍ଗାଧର ପଟେଲଙ୍କ ପରଲୋକ

0 2

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଳକ ର ଲଉଡିଦରହା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଗଙ୍ଗାଧର ପଟେଲ ଙ୍କ ରବିବାର ରାତ୍ର ୮ଘଣ୍ଟା ସମୟ ରେ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ବର୍ଷ ବୟସ ହୋଇଥିଲା। ସ୍ୱର୍ଗତ ପଟେଲ ସରପଞ୍ଚ ଥିବା ସମୟରେ ଲଉଡିଦରହା ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାମ କରି ଯାଇଛନ୍ତି। ନିଜର କାର୍ଯ୍ୟ ଦକ୍ଷତା ପାଇଁ ସ୍ଥାନୀୟ ଅଞ୍ଚଳରେ ବେଶ ସୁନାମ ଅର୍ଜନ କରି ପାରିଥିଲେ। ଏଥି ସହ ବିଜେଡି ର ଜଣେ ବରିଷ୍ଠ ନେତା ଭାବେ  ଏ ଅଞ୍ଚଳରେ ଦଳକୁ ସୁ ସଂଗଠିତ କରିବାରେ ଗୁରୁତ୍ୱ ପୂର୍ଣ  ଭୂମିକା ଗ୍ରହଣ କରିଥିଲେ।

ତାଙ୍କ ମୃତ୍ୟୁ ରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ର ଛାୟା ଖେଳି ଯାଇଛି।ତାଙ୍କ ମୃତ୍ୟୁ ଖବର ପାଇ ବିଜେଡି ର ବରିଷ୍ଠ ନେତା ନନ୍ଦଲାଲ ମହାପାତ୍ର ,ଜବାଲାଲ ସିଂ ବରିହା, ଚୁଡାମଣି ପ୍ରଧାନ,ଭିକାରୀ ଚରଣ ସାହୁ ଲଉଡିଦରହା ସରପଞ୍ଚ ବଳରାମ ଖମାରି ପ୍ରମୁଖ ବହୁ ମାନ୍ୟଗଣ୍ୟ  ବ୍ୟକ୍ତି ନିଲଜିପତ୍ରା ସ୍ଥିତ ବାସଭବନ ରେ ପହଞ୍ଚି ମର ଶରୀର ରେ ପୁଷ୍ପ ଗୁଛ ଦେଇ ଶ୍ରଦ୍ଧାସୁମନ  ଅର୍ପଣ କରିଥିଲେ।

ତାଙ୍କ ମୃତ ଖବର ପାଇବା ପରେ ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ବାର୍ତା ଜରିଆରେ ଶୋକ ସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି।

 

Leave A Reply

Your email address will not be published.