ମର୍ମନ୍ତୁଦ ସଡ଼କ ଦୁର୍ଘଟଣା 1 ମୃତ    

0

 

ପାଇକମାଲ/ଗୌରାଙ୍ଗ  ଦଶ   :-  ଆଜି ଦିପହର ପ୍ରାୟ ୧ ଘଣ୍ଟା ସମୟ ରେ ପାଇକମାଲ ରୁ ପଦ୍ମପୁର ରାସ୍ତା ରେ ଥିବା ସାଲେପଲି ଗ୍ରାମରେ ଅବସ୍ତିତ ରାଇସ ମିଲ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଉକ୍ତ ଦୁର୍ଘଟଣା ରେ ମୋଟର ସାଇକେଲ ଚାଳକ ଝରବନ୍ଧ ବ୍ଲକ ର ଅଭିମନ୍ୟୁ ସାହୁ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହେଇଯାଇଥିଲା। ଘଟଣା ସ୍ଥଳ ର ସ୍ଥିତି କୁ ଦେଖିଲେ ଅନୁମାନ କରା ଯାଉଛି ଯେ ମୃତକ ଶ୍ରୀ ସାହୁ ମୋଟର ସାଇକେଲ ଉପରୁ ନିୟନ୍ତ୍ରଣ ହରେଇ ବସିଥିବାରୁ ଏହି ଭଳି ଦୁର୍ଘଟଣା ହୋଇଥିଲା। ଶବ ଗାଡି ସହିତ ଲାଗିକି ରହିଥିବା ବେଳେ ମୃତକ ଙ୍କର ମୁଣ୍ଡ ସମ୍ପୁର୍ଣ୍ଣ ଭାବରେ ଫାଟି ଯାଇଥିଲା। ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣା ସ୍ଥଳରେ ଶ୍ରୀ ସାହୁ ମୃତ୍ୟୁବରଣ କରିଥିବା ଅନୁମାନ କରା ଯାଉଛି। ଘଟଣା ର ଖବର ପାଇବା ପରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଓ ତାଙ୍କର ସହକର୍ମୀ ମନେ ଘଟଣା ସ୍ଥଳ କୁ ପହଂଛି ଶବକୁ  ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଡାକ୍ତର ଖାନା କୁ ପଠାଇ ଦେଇଛନ୍ତି।

Leave A Reply

Your email address will not be published.