ଷ୍ଟେଟ ବ୍ୟାଙ୍କ ଦିବସ ପାଳନ ଅବସରରେ ରକ୍ତ ଦାନ ଶିବିର 

0

30-06-18-raaygara.jpg - 137.46 kBରାୟଗଡରୁ ସରୋଜ କୁମାର ସାହୁ, ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ କେନ୍ଦ୍ର ରାୟଗଡ ଠାରେ ଆର. ଓ. ଵି., ଷ୍ଟେଟ ବ୍ୟାଙ୍କ ରାୟଗଡ, ଆମ ଓଡିଶା ଓ ଡ଼ଃ ଅବଦୁଲ କାଲାମ ଫାଉଣ୍ଡେସନ ରାୟଗଡ ମିଳିତ ସହଯୋଗରେ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା । ରାୟଗଡ ଜିଲ୍ଲାପାଳ ଗୁହା ପୁନମ୍ ତାପସ କୁମାର ଏହାକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଆୟୋଜକ ମାନଙ୍କୁ ସେମାନଙ୍କ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଏହି ଅବସରରେ ଷ୍ଟେଟ ବ୍ୟାଙ୍କ ଦିବସ ପାଳନ କରଯାଇଥିଲା, ଡ୍ରିଭିନ୍ଗ ତାଲିମକୁ ଜିଲ୍ଲାପାଳ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଡି. ଆର. ଆଇ., ମଞ୍ଜୁରୀ ଲେଟର ବଣ୍ଟା ଯାଇଥିଲା। ପୂରାତନ ତାଲିମ ପ୍ରାପ୍ତ ମାନଙ୍କୁ ସ୍ଥିରକୃତ କରଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ତାଲିମ କେନ୍ଦ୍ରର ନିର୍ଦ୍ଦେଶକ  ଆର.କେ.ରାଉତ, ଜିଲ୍ଲା ଚିକିତ୍ସା ଅଧିକାରୀ ଚନ୍ଦ୍ରିକା ପ୍ରସାଦ ଦାଶ, ଲିଡ ବ୍ୟାଙ୍କ ମ୍ୟାନେଜର ପି. ଶ୍ରୀନିବାସ ରାଓ, ଷ୍ଟେଟ ବ୍ୟାଙ୍କ ରିଜିଓନାଲ ମ୍ୟାନେଜର ପ୍ରମୋଦ କୁମାର ପ୍ରଧାନ, ପିଡି ଡି.ଆର. ଡି. ଏ. ସୁକାନ୍ତ ତ୍ରିପାଠୀ, ଡି. ଆଇ. ପି. ଆର. ଓ. ବସନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରାୟ ୪୦ ୟୁନିଟ ରକ୍ତ ସଂଗ୍ରହ କରଯାଇଥିଲା । ଉକ୍ତ ଶିବିରରେ ଡାଃ. ପ୍ରଦୀପ୍ତ କୁମାର ସୁବୁଦ୍ଧି, ଵି. କ୍ରୀଷ୍ଣ କୁମାର, ମାନସ ଜେନା, ଶଙ୍କର ତାଡ଼ୀଙ୍ଗି, ରୀତୁ ମଲ୍ଲିକ ଓ ଲିପିକା ବଢ଼େଇ ପ୍ରମୁଖ ରକ୍ତ ସଂଗ୍ରହ କରିଥିବା ବେଳେ ଆମ ଓଡିଶା ତରଫରୁ ଶିବ ପ୍ରସାଦ ଦୋରା ଉପସ୍ଥିତ ରହିବା ସହ ପରିଚାଳନାରେ ସହଯୋଗ କରିଥିଲେ। 

 

Leave A Reply

Your email address will not be published.